ସ୍ଥାଣୁ ସର୍ବେସର୍ବା
![]() |
Credit: google |
ମନୁଷ୍ୟ ନିଜ ମାୟା ଜାଲ କୁ ଏମିତି ଛନ୍ଦି ଦେଇଛି ଯେ ସେଇ ଜାଲ ଭିତରେ ସେ ନିଜର ସତ୍ତା କୁ ବି ବିଲୋପ କରିବାକୁ ବସିଲାଣି । ଶାନ୍ତ ପରିବେଶ ରେ କୋଳାହଳ ସୃଷ୍ଟି କରୁଥିବା ପଜର୍ବ ପର୍ବାଣି, ସ୍ବାର୍ଥ ଠାରୁ ସମ୍ଭବତଃ ଦୂରତ୍ବ, ସ୍ବଚ୍ଛ ସ୍ନିଗ୍ଧ ପରିବେଶ ଆଜି ନୈରାଶ୍ୟ , ନିର୍ଜନତାକୁ ଗ୍ରହଣ କରିସାରିଛି ।
ଗାଁ ଆଜି ପଛରେ ,ସହରୀକରଣ ଠୁ ବେଶ୍ ପଛରେ । ସହରାଭିମୁଖୀ ଗାଁ ର ପିଲାମାନେ କିଛି ଟଙ୍କା ଲୋଭରେ ଲମ୍ଫ ଦେଇଛନ୍ତି ସହରକୁ । କିଛି ଟଙ୍କା ବଦଳରେ ନିଜର ବୁଦ୍ଧି ବିବେକକୁ ବିକାଶିତ ସହରର ବିକାଶ ପାଇଁ ବିକଳ୍ପ ପ୍ରସ୍ତୁତ କରୁଛନ୍ତି । ଟଙ୍କାର ବନ୍ଧ ଭାଙ୍ଗିଯିବା ଭୟରେ ରାତି ରାତି ଅନିଦ୍ରା ରହି ଜଗି ରହିଛି ମଣିଷ । ଜୀବନ ପାଇଁ ଟଙ୍କା ଜରୁରୀ ବୋଲି ଆଳ କରି ଏବେ ଟଙ୍କା ଗଦା କୁ ଜୀବନ କରିଦେଇଛି । ସମ୍ପତ୍ତି ସାମ୍ରାଜ୍ୟ ବିସ୍ତାର ପାଇଁ ସହର ରେ ସ୍ଥାନ ହାସଲ ନିଶା ରେ ନିଜ ଜନ୍ମମାଟିର ର ଭୁଷୁଡା ଘର , ଜମି ବାଡି ର ବାସ୍ନାକୁ ବି ଗନ୍ଧ ବୋଲି କହିଲାଣି । ଟଙ୍କା ଆଜି ଶାସନ କରୁଛି ଆଉ ମଣିଷ ଆଜି ଶାସିତ। ଗରିବୀଗ୍ରସ୍ତ ସହରିଆ ମାନେ ବିକଟାଳ ବିକ୍ଷୋଭ କରି ଟଙ୍କା କୁ ଭୋକିଲା ପେଟ ଶୁଖିଲା ରୁଟି ଖୋଜିଲା ପରି ଦିନ ରାତି ଖୋଜିଚାଲିଛନ୍ତି। ସମୟ ବଦଳରେ ଟଙ୍କା ଆଜି ବେଶୀ ମୂଲ୍ୟବାନ । ଭଲ ମଣିଷ ଟିଏ ବଦଳରେ ବେଶୀ ରୋଜଗାର କରୁଥିବା ମଣିଷ ଜଣଙ୍କର ଖାତିର ଯଥା ସମ୍ଭବ ଉପରେ । ମଣିଷ କୁ ପରଖିବା ପାଇଁ ଏବେ ସେ କୋଉଠି ଆଉ କେତେ ଦରମା ରେ ଚାକିରୀ କରୁଛି ବୁଝୁଛନ୍ତି। ପିନ୍ଧା ସାଟ୍ ର ଦାମ୍ ଉପରେ ଆଗରେ ଛିଡା ମଣିଷର ମାନଦଣ୍ଡ ନିର୍ଭର କରୁଛି ।
ବାପାଙ୍କ ଝାଳ ବୁହା ଟଙ୍କା, ମା ଙ୍କ ଅକ୍ଳାନ୍ତ ପରିଶ୍ରମ ରେ କଲେଜ ପଢୁଆ ପିଲା ମାନେ ଦାମୀ ଘଣ୍ଟା , ଉଚ୍ଚ ଶୈଳୀର ବେଶ ପୋଷାକରେ ସଜ୍ଜିତ ହେଇ ନିଜକୁ ସହରିଆ ବୋଲି ପ୍ରମାଣ କରିବାକୁ ବଦ୍ଧ ପାଗଳ ପ୍ରାୟ । ମାସିକ କିସ୍ତି ରେ କିଣା ହେଇଥିବା ବଡ ଘର ,ଲମ୍ବା କାର୍ , କଳା ମିଚ୍ ମିଚ୍ ପକ୍କା ରାସ୍ତା, ହଜାର ହଜାର ଯାଯାବରଙ୍କୁ ଶାସନ କରୁଥିବା ସର୍ବଗିଳା ସହର ଆଜି ଗାଁକୁ ଅନାଥ କରିଦେଇଛି। ବଡ ବଡ ସ୍କୁଲର ରଙ୍ଗୀନ କାନ୍ଥ ଭିତରେ ଯେମିତି ବଢୁଆଳୀ ବୁଦ୍ଧି ଗୁଡିକୁ ଜବରଦସ୍ତି ଭିଡି ଓଟାରି ସହରିଆ ଆଉ ସ୍ବାର୍ଥକେନ୍ଦ୍ରିକ କରିଦିଆଯାଉଛି ।
ଧୋତି ପିନ୍ଧା ସରଳ ନିଷ୍କପଟ ବାପା ମା , ସଂପକୀୟ ସ୍ବଜନ, ନିଜର ଜନ୍ମ ଗାଁ, ନିଜର ଢଙ୍ଗ, ଜୀବନ ଶୈଳୀ କୁ ନିଜର ବୋଲି କହିବାକୁ ଲଜ୍ଜିତ ମଣିଷ ଆଜି ସହରର ବଖିରିଆ ଘର ଖଣ୍ଡକୁ , ସହରୀକରଣ ର ଅଗ୍ନିରେ ଝାସ ଦେଇଥିବା ଜୀବନ ଶୈଳୀ ଆଉ ନିଜ ପସନ୍ଦର ବାହା ହୋଇଥିବା ଉଚ୍ଚ ଶିକ୍ଷିତ ଅର୍ଦ୍ଧ ନଗ୍ନା ଆଧୁନିକ ସ୍ତ୍ରୀଙ୍କୁ ପରିବାର ବୋଲି କହି ବେଶ୍ ଗର୍ବିତ ।
ସକାଳ ନଅ ରୁ ସନ୍ଧ୍ୟା ଛଅ ଯାଏ ଓଳିଏ ଖାଇ ଖଟି ଖଟି ଚକ୍ଚକ୍ ପର୍ସ କୁ ଦେଖେଇ ସହରିଆ ମାନେ ନିଜକୁ ଚାକୀରିଆ କହି ଗର୍ବିତ ହେଲେ ନିଜକୁ ଦିନମଜୁରିଆ ବୋଲି ମାନିବାକୁ ନାରାଜ। ପରିବାର ଠାରୁ ପ୍ରାୟତଃ ବହୁତ ଦୂରରେ ଏବେ ସହରିଆ ସ୍ବାର୍ଥପର କିଛି ମଣିଷ ମାନେ । ମାସ ଶେଷର କିସ୍ତି ସବୁ ବୋବାଳି କରି ତାକୁ କିପରି ଅସ୍ତବ୍ଯସ୍ତ କରିପକାଇବେ , ସେ ଦୁର୍ବଳତାକୁ ସ୍ୱୀକାର କରିବାକୁ ସତ୍ ସାହାସ ଅଛି କି ନାହିଁ କେବଳ ସେଇ ସହରୀକରଣର ସମୀକ୍ଷାରେ ନଇଁ ଯାଇଥିବା ମୁଣ୍ଡ ଟି ଆଉ ଅନାୟସରେ ଦୁକ୍ ଦୁକ୍ ହେଉଥିବା ଛାତିଟି ଜାଣେ ।
ସହରୀ ମାନଙ୍କର ଅନେକ ଦୁଶ୍ଚିନ୍ତା କେବଳ ଲୋକେ କଣ କହିବେ ,ଲୋକେ କଣ ଭାବିବେ ରେ ଆରମ୍ଭ ଆଉ ସମସାମୟିକ ଭାବେ ସହରୀ ଢଙ୍ଗରେ ଶେଷ।
ପ୍ରତି ଦିନର ଭିନ୍ନ ଭିନ୍ନ ପୋଷାକ , ସ୍ବାର୍ଥକେନ୍ଦ୍ରିକ ମନୋବୃତ୍ତି , କିଛି ଅଖାଡୁଆ ଖାଦ୍ୟ, ଅଶ୍ଲୀଳ ମନୋବୃତ୍ତି, ଅଭଦ୍ର ଅଭ୍ୟାସ
ଆଉ କିଛି ବିଦେଶୀ ଶୈଳୀରେ ବଞ୍ଚିଥିବା ମଣିଷ ନିଜକୁ ସହରୀ ବୋଲି କହୁଛନ୍ତି । ସରଳ ଭାବରେ ସହରୀ ଆଖ୍ୟା ଅର୍ଜନ କରିବାର ପରିଶ୍ରମ ରେ ସାମାନ୍ୟ ଭାବେ ମଣିଷ ଆଜି ଅନୁଶାସନ, ସଂସ୍କୃତି, ସଂସ୍କାର, ସଂପର୍କ କୁ ସଙ୍କଟଜନକ ପରିସ୍ଥିତି ରେ ପହଞ୍ଚାଇ ସାରିଛି ।
ସ୍ଵାଧୀନତା ଛାଡି ଚାରି କୋଠରୀର ବନ୍ଦୀ ହୋଇ ମଣିଷ ନିଜକୁ ସହରୀ କହି ବିଚାର କରୁଛି । ସହରୀ ସାମାଜିକତାର ସତ୍କାର ବେଳେ କିଛି ସ୍ବପ୍ନ ଅଣଦେଖା ହେଇଯାଉଛି । ସହରୀ ଢଙ୍ଗ କୁ ସମ୍ଭାଳି ସମ୍ଭାଳି ମଣିଷର ମଣିଷପଣିଆ ପଙ୍ଗୁ ହେଇଯାଇଛି ।
ସହରୀକରଣ ର ସମାଲୋଚନା ରେ ମଣିଷ ଆଜି ସ୍ଥାଣୁ ।
ସହରୀକରଣ ର ଲେପ ଦ୍ବାରା ପରିଚାଳିତ ଏକ ସଂସ୍ଥାନ ଆଜି ବିକଶିତ ମାତ୍ର ସହରୀକରଣ କୁ ନିଜ ସଂସ୍ଥାନ ଭାବି କର୍ତ୍ତବ୍ୟ ରୁ ଓହରିଯିବା, ମସ୍ତବଡ ଭୂଲ୍ ।
It's not about the problem with rupees or urbanity ,its the problem that we are considering our values is living just for money .
ReplyDeleteAnd that's the issue with urban area.
Rather than urban gives you the scope for better living.
Yes that's point , they came for work but they eventually became slave of urban..And they started believing the lifestyle of urban people and start to ignore their self-interest.
ReplyDeleteAnd that's what I mentioned.
Thank u