Posts

Showing posts with the label Odia Write-Ups

ସ୍ବପ୍ନ

Image
Pinterest ସ୍ବପ୍ନ ? ଦିନ ସ୍ବପ୍ନ , ରାତି ସ୍ବପ୍ନ, ଖରା ବେଳିଆ ପଖାଳ ଖାଇ ସ୍ବପ୍ନ ଆଉ ବୋଉ କୋଳ ରେ ଆଉଜି ପଡ଼ିଲେ ଭି ସ୍ବପ୍ନ। ହେଲେ ଆଜି କାଲି ଟିକେ ସ୍ୱପ୍ନ ମହଙ୍ଗା ହେଇଗଲାଣି, instagram ରୁ ଫୁରସତ ମିଳୁନି ତ ସେଥି ପାଇଁ ମ। କିନ୍ତୁ ସ୍ବପ୍ନ ବିନା ସକାଳ ହୁଏନି, ଭାତ ହଜମ ହୁଏନି କି ଘୁଙ୍ଗୁଡ଼ି ମାରି ନିଦ ଗୋଟେ ହୁଏନି। Instagram ଚର୍ଚ୍ଚା ଆଉ କେବେ ଆମେ ସ୍ବପ୍ନ ପାଖରେ ଥିଲେ । 5 ରେ ପଙ୍ଖା ବୁଲୁଥିଲେ ଭି AC ଟେ ଥାଆନ୍ତା କି, ମଶା ଟିକେ କମ୍ ହୁଅନ୍ତା କି, କିଏ ଟିକେ ଗୋଡ଼ ମୋଡ଼ି ଦିଅନ୍ତା କି । ବିରିୟାନି ବେଳେ ପଖାଳ କଂସା ର ପ୍ରଶଂସା ଆଉ ଘାଣ୍ଟ ବେଳେ mix Veg ଟା ବେଶି ଭଲ ଲାଗେ। ଥାଳି ଚାରି କଡ଼ ରେ ଚାରି ଠା ବଢ଼ା ହେଇଛି, ହେଲେ ଆଉ କଣ ଟିକେ ହେଇଥିଲେ ଜମି ଯାଇଥାନ୍ତା। ଭାରି ଅଡ଼ୁଆ କରୁଛେ ଆମେ ଭଗବାନ ଙ୍କୁ କିନ୍ତୁ ଯାହା କୁହ। ଆଛା ହଉ, କୁହ ବସ ରେ ଗଲା ବେଳେ ସୁନ୍ଦର ଗୋଟେ ନିଜ ପସନ୍ଦ ରଙ୍ଗ ର ଗାଡ଼ି ଦେଖିଲେ କେବେ ଲୋଭ ଲାଗିଛି? ପକେଟ୍ ୟାଡୁ ଠନ୍ ଠନ୍ ଗୋପାଳ କହୁ ଥାଉ। ହେଲେ ଗାଡ଼ି ର ମଡେଲ, ରଙ୍ଗ ସବୁ ମୁଣ୍ଡ ରେ set। ସେ କଣ ସ୍ବପ୍ନ ରେ ଯିବ? ନା ୟାକୁ ଆଶା କରୁଛେ ବୋଲି କୁହା ହେବ? ଆଉ ଏକୁଟିଆ ଅଫିସ୍ ରୁ ଫେରିଲା ବେଳେ, ହାତ ଛନ୍ଦି icecream ଖାଉଥିବା ପ୍ରେମୀ ଯୁଗଳ କୁ ଦେଖି ମନ ଖୁସି ହେଇଛି? Domino's ବାହାରେ କୋଡ଼ିଏ ଟଙ୍କା ର ବରା ପିୟାଜି ଖାଇକି, ଶସ୍ତା ରେ ପେଟ ପୁରିଗଲ...

ପ୍ରଶ୍ନ କରନା ତୁମେ କିଏ

Image
Picture Credit: Abstract Scriber ଜାଣିଛ ନା,  ଚାନ୍ଦ ମୋର କେତେ ପସନ୍ଦ  ହେଲେ ମୁଁ ଚାନ୍ଦ କୁ ପରିହାସ କରି ତୁମ ପାଇଁ କବିତା ଲେଖେ ନା ଚାନ୍ଦ ରାଗେନା,  ସେ ଜାଣେ ସୁଦୂର ସମୁଦ୍ର ସହ ମିଳନ ସବୁ ନଦୀ ର ସ୍ବପ୍ନ।  ସେ ପାହାନ୍ତି ଗଙ୍ଗଶିଉଳି, ସମସ୍ତେ ସେ ରକ୍ତ ଗୋଲାପ କୁ ଭଲ ପାଆନ୍ତି ବୋଧ ହୁଏ ତୁମେ ଭି । କର୍ତ୍ତବ୍ୟ ରେ ବନ୍ଧା ହୋଇ  ମୁଁ ତୁମ ବିନା ବାସ ରାତି ର ଶେଯ ରେ ସଜେଇ ହେବାକୁ ଚାହେଁନି , ସବୁ ପାହାନ୍ତି ରେ ମୁଁ ତୁମ ପାଇଁ ଅବା ତୁମ ବିନା ଝଡିବାର ଅଭିଳାଷ ମୋର । ପାହାଡ଼ ର ଦକ୍ଷିଣା ପବନ, ଓଃ ତା ସ୍ପର୍ଶ ରେ ମୋର ପୁରା ଶରୀର କମ୍ପି ଉଠେ ଚଞ୍ଚଳ ହେଇ ପଡ଼େ ମନ ଉଡ଼ିଯାଏ ସେ ପକ୍ଷୀ ମାନଙ୍କର କାକଳି ରେ କିନ୍ତୁ ମୁଁ ପ୍ରତିଧ୍ଵନି ରେ ତୁମ କଥା ଜଣାଏ   ମୁଁ ଆପତ୍ତି କରେ , ବିଞ୍ଚି ହେଇ ପଡୁଥିବା ସୂର୍ଯ୍ୟାଲୋକ, କଦମ୍ବ ଫୁଲ ର ମହକ  ତୁମ ଆଗରେ କେତେ ଅଲୋଡ଼ା ।  ସବୁ ତୁମେ ଅବା ତୁମ ପାଇଁ,  ପଦେ କବିତା ପଢ଼ିଲେ ବି ତୁମ କଥା ମନେ ପଡେ  ପଦେ କବିତା ଲେଖିଲେ ବି ତୁମ କଥା ଭାବେ  ନା ତୁମେ ଅଜଣା ନୁହେଁ , ଯିଏ ମୋତେ ଚିହ୍ନେ ସେ ତୁମକୁ ବି ଚିହ୍ନେ  ଅଗଣା ରେ ବାସୁ ଥିବା ମଲ୍ଲୀ କଢ ତକିଆ ତଳେ ସାଇତା ସେ ଅଧା ପଢ଼ା ଉପନ୍ୟାସ ବହି ଥାକ ରେ ତୁମ କଥା ଭାବି ଆଣିଥିବା ଘାସ ଫୁଲ ଖାତା ର ଶେଷ ଫର୍ଦ୍ଦ ରେ ଗାରେଇ ହେଇ ଥିବା ଲେଖା...

ପ୍ରେମ କାହାଣୀ

Image
Credit : UnSplash ତୁମେ ବିସ୍ତାରିତ ନୀଳ ଆକାଶ, ତୁମେ କାଳ ପୁରୁଷ, ତୁମେ ପ୍ରେମିକା ର କାହାଣୀ ଓ ବିଜ୍ଞାନ ର ପ୍ରେମ । ନଭାଶ୍ଚୁମ୍ଭି ଅଟ୍ଟାଳିକା ଠାରୁ ବିଜ୍ଞାନ ର କ୍ରାନ୍ତିକ ସୃଷ୍ଟି  ସମସ୍ତେ ତୁମ ବକ୍ଷ ରେ ଶୋଭା ପାଆନ୍ତି ।   ତୁମ ବିରାଟ ଛାତି ରେ କେତେ ତାରା , ଜହ୍ନ ଭେଟ ହୁଅନ୍ତି ।  ମୁଁ ଈର୍ଷା କରେ, ଭୂଇଁ ରେ ପଡ଼ି ରହିବାର ଦୁଃଖ ରେ ମୋ ପୁରା ଶରୀର କମ୍ପି ଉଠେ ।  ତୁମ ଦେହ ରେ ଶହ ଶହ ପକ୍ଷୀ ଡେଣା ମେଲାନ୍ତି ,  ତୁମେ ଆପଣେଇ ନିଅ ସମସ୍ତଙ୍କୁ  କିନ୍ତୁ କାହାକୁ ବସା ବାନ୍ଧିବାକୁ ଅନୁମତି ଦିଅ ନା।  ବାସ୍ ଏଇ କଥା ପାଇଁ ମୁଁ ଦୂର ଦିଗନ୍ତ ରୁ ଚାହିଁ ରହିଥାଏ ତୁମ କୁ, ବ୍ୟଗ୍ର ହୁଏ ନିଜକୁ ସମର୍ପି ଦେବାକୁ ତୁମ ଠାରେ। ମୋ ପରିଚୟ ? ମୁଁ ପ୍ରଶସ୍ଥ ଗଭୀର ନୀଳ ସମୁଦ୍ର,  ମୁଁ କାହାର ପ୍ରେମିକା ନୁହେଁ, କବିତା ର ଶୀର୍ଷକ କିମ୍ବା ବିଜ୍ଞାନ ର ରଚନା ନୁହେଁ ।  ମୁଁ ଅବକ୍ଷୟ, ଧ୍ଵଂସୀ, ନୀରବ ଓ ସମର୍ପିତା , ମୋ ଚିତ୍କାର ଶୁଣି ମୋତେ ନିଃସହାୟ ବୋଲି କଳ୍ପନା କରନ୍ତି । ମୋ ଦୁଃଖ ରେ ସହାୟ ହୋଇ କେତେ କାହିଁ ଦୂର ରୁ ଆସି ନିଜକୁ ସମର୍ପି ଦିଅନ୍ତି ମୋ ଶରୀର ରେ, ମୋ ଗଭୀରତା କୁ ଅଣଦେଖା କରନ୍ତି, ମୁଁ ତୁମ ଛାତି ରେ ଜହ୍ନ କୁ ଦେଖି ସାରା ରାତି ଅନିଦ୍ରା ରହେ।  କାନ୍ଦିବାକୁ ଚେଷ୍ଟା କରେ, ଶ୍ୱାସରୁଦ୍ଧ ହୋଇଯାଏ, ଅଣ ନିଃଶ୍ୱାସୀ ହୋଇ ମୁଁ ଧରି ରଖ...

ଉତ୍ତର ର ଠିକଣା ?

Image
Credit: Google କିଛି ଅସମାହିତ ପ୍ରଶ୍ନ ଆଉ ନିଦ ର ସମ୍ପର୍କ ବହୁତ ନିବିଡ଼ ; ପ୍ରଶ୍ନ ର ମନ କୁ ଖଞ୍ଜି ଉତ୍ତର ନ ଦେଲେ ରାତିରେ ନିଦ କୁ ବନ୍ଧା ପକେଇ ରଖେ। କେଜାଣି କୁଆଡୁ ପ୍ରଶ୍ନ ଠଉରାଏ ଯେ କୋଉ ପ୍ରଶ୍ନ କେତେ ବେଳେ ପଚାରିଲେ ଉତ୍ତର ବଦଳ ରେ ଗୁଡ଼ାଏ ରାତି ସେ ବନ୍ଧା ପକେଇ ପାରିବ। ଏଇ ପ୍ରଶ୍ନ ର ମେଲଣ ଭାରି ହିସାବି ସତରେ ! ବେଳେବେଳେ ଉତ୍ତର ଆଳ ରେ ପ୍ରଶ୍ନ ବି ବାଉଳା ହୁଏ, ପଚାରି ଦିଏ ଏମିତି କିଛି ପ୍ରଶ୍ନ ଯାହାର ଉତ୍ତର ହୃଦୟ କୁ ଜଣା ଥାଏ କିନ୍ତୁ ଏଇ ମେସିନ୍ ଖଞ୍ଜା ଖପୁରୀ ବିଲକୁଲ୍ କହିବାକୁ ଅନୁମତି ଦିଏନି । ଏଇ ଯେମିତି ପାପ ପୁଣ୍ୟ, ପ୍ରେମ ବିଚ୍ଛେଦ, ଜୀବନ ମୃତ୍ୟୁ, ଓ କାହାଣୀ ଶେଷ ରେ ନାୟକ ଯେ ବିଜୟୀ ହେବ ଏହା ଚିର ସତ୍ୟ ର ସତ୍ୟତା। ପାପ ପୁଣ୍ୟ ଭିତରେ ନାୟକ ଯେ ପୁଣ୍ୟ , ପ୍ରେମ ବିଚ୍ଛେଦ ରେ ବିଚ୍ଛେଦ ଖଳନାୟକ କିନ୍ତୁ ଜୀବନ ମୃତ୍ୟୁ ମଧ୍ୟରେ ନାୟକ କିଏ ଖଳନାୟକ କିଏ ?  ମନ ଲାଖି ଉତ୍ତର ପାଇଁ ପ୍ରଶ୍ନ ଭାରି ବ୍ୟାକୁଳ ସତରେ ! ଓଃ ଶିରା ପ୍ରଶିରା ରେ ପ୍ରଶ୍ନ ଗୁଡା ବିଞ୍ଚି ହୋଇ ପଡିଲେ , ଘଡି ର ଟିକ୍ ଟିକ୍ କୁ ପଛରେ ପକେଇ ଧମନୀ ରେ  ରକ୍ତ ପ୍ରବାହ ତୀବ୍ର ହେବାକୁ ଲାଗିଲା । କ୍ଳାନ୍ତ ଆଖି ମାନେ ନିଦ ପାଇଁ ବାଉଳେଇ ହେଉଛନ୍ତି, ନିଦ କୁ ଲୁଚେଇଛନ୍ତି ଅନାବନା ପ୍ରଶ୍ନ ମାନେ। କୋଉଠି ବାଟବଣା ହେଇଛି କେଜାଣି ଏ ଉତ୍ତର। ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ର ବିକଟାଳ ମହାକାଶ ରେ ମଳ...

ବାପା ଙ୍କ ପାଇଁ ଦିନ ଟିଏ

Image
Credit: Abstract Scriber କିଛି କଥା ବୁଝିଗଲେ ଭଲ ଲାଗେ ଆଉ କିଛି ଅବୁଝା, ଅସୀମ ଧୈର୍ଯ୍ୟ ର ସଙ୍ଗର୍ଭ ରେ ଅବ୍ୟକ୍ତ ଏକ ସଭ୍ୟତା ତୁମେ ବାପା । ମା ଜୀବନ୍ୟାସ ଦେଲେ ଆଉ ତୁମେ ଜୀବନ । ବୁଝିହଉଥିବା ସ୍ନେହ ଆଦର ଭିତରେ ତୁମେ ଅବୁଝା ଏକ ଦିଗନ୍ତ ବିହୀନ ପରିପ୍ରେକ୍ଷୀ । ଚର୍ଚ୍ଚା ବିଚର୍ଚ୍ଚା ର କୋଳାହଳ ରେ ନୀରବତା ର ଅସ୍ତିତ୍ବ ର ମୂଲ୍ୟ ବୋଧ ଡେରି ରେ ହୁଏ , ସେପରି ତୁମ ଅନୁପସ୍ଥିତି ରେ ତୁମର ଉପସ୍ଥିତି ର ମୂଲ୍ୟ ବୋଧ ହୁଏ । ଅନନ୍ତ ବ୍ୟାପୀ ନୀଳ ଗଗନ କୁ ଅନୁଧ୍ୟାନ କରିବା ଅସମ୍ଭବ ନୁହେଁ, କିନ୍ତୁ ପ୍ରସ୍ତାବିତ ସମ୍ଭବତା ନୁହେଁ। ବୈଶାଖ ତାତି ରେ ଶୀତଳ ସ୍ଥିର ଶାନ୍ତ ଜହ୍ନ ର ଛାୟା ପରି ତୁମେ ଏକ ଶାନ୍ତିପ୍ରିୟ ଖୋଲା ଆକାଶ । ତୁମ ଚତୁର୍ଦ୍ଧା ଉନ୍ମୁକ୍ତ ନଭ ଆଉ ତଳେ ଆମେ ଆଶ୍ରିତ ପ୍ରାଣୀ ଙ୍କର ମେଳ । ନିର୍ଧୁମ୍ ଶ୍ରାବଣ ଧାରା ରେ ଭିଜିଥିବା କାଦୁଆ ମାଟି ରାସ୍ତା ର ଛିଟା ର ଆତ୍ମୀୟତା ପରି ତୁମ ରାଗ ଅଭିମାନ। ତୁମ ହାତ ଧରି ଚାଲିବା ଶିଖିଛି, ମୁଁ ଝୁଣ୍ଟି ପଡ଼ିଲେ ତୁମ ଉଦାସ ଆଖି ରେ ଏକ ପ୍ରଶସ୍ତ ଅଭିମାନ ଦେଖିଛି। ପ୍ରଥମ କଥା ରେ ବାବା ଡାକିଛି, ମୁଁ ସମାଲୋଚନା ର ଦୀପ୍ତି ଚକ୍ଷୁରେ ବିକ୍ଷିପ୍ତ ଆତ୍ମସମ୍ମାନ ର ପ୍ରତିରକ୍ଷା ପାଇଁ ତୁମ ଠୁ ଗର୍ଜନ କରିବା ଶିଖିଛି। ରକ୍ତଜବା ଗୋଲାପ ଗୁଚ୍ଛ ରେ କଣ୍ଟା ପରି ସମୟ ଚକ୍ର ରେ ପେଶି ହୋଇ ତୁମେ ଶକ୍ତ । ପ୍ରତି ପ୍ରଶ୍ନ ର ପ୍ରତିତ୍ତୋର ରେ ତୁମେ ଜ୍ଞାନକୋଷ ର ଭଣ୍ଡାର ...

ପ୍ରକୃତି ର ପ୍ରେମ ମିଳନ

Image
Credit: Abstract Scriber ବୈଶାଖ ତାତି ରେ ଦୁର୍ବିସହ ହୋଇପଡ଼ିଛି ପ୍ରକୃତି, ମୂର୍ଚ୍ଛା ଯାଇଛି ସୌନ୍ଦର୍ଯ୍ୟ , ଝାଉଁଳି ଯାଇଛନ୍ତି ସବୁଜ ଯୁଗ ର ବଂଶଧର ମାନେ ।  ବିନିଦ୍ର ବାଲି ନଅର ରେ କଲ୍ଲୋଳ ର ସ୍ୱର ଶୁଭୁଛି । ବିତି ଯାଇଥିବା ଅତୀତ ର ଭୟ ରେ ବର୍ତ୍ତମାନ ରେ ନୀରବତା ଢେଉ ଖେଳୁଛି । ଆଉ ଗର୍ଜନ କରି ନୀରବତା ଭଙ୍ଗ କରୁଛି ଝାଞ୍ଜି ପବନ, ସତେ ଯେମତି ଅସହାୟ ପ୍ରାଣ ଙ୍କୁ ଅଟହାସ୍ୟ କରୁଛି । ଧୈର୍ଯ୍ୟ ହରା ଶ୍ରୀ ମଣ୍ଡିତ ପ୍ରକୃତି ଶ୍ୱାନ୍ତ , ଧୁଲି ଧୂସର ପତ୍ର ମାନେ ଉନ୍ମୁକ୍ତ ପ୍ରାୟ , ମହୋଦଧି ର ବିରହ ବ୍ୟଥାରେ ରେ ପୂଣ୍ୟତୋୟା ମହାନଦୀ ଜ୍ୱାଳାମୁଖୀ ସାଜିଛି । ଚାତକ ନୟନ ଯୁଗଳରେ ଶ୍ରାବଣ ଧାରା ର ଅଭିପ୍ସା କଡ ଲେଉଟଉଛି । ଯୋଡ଼ା ଯୋଡ଼ା ଆଖିରେ ନିର୍ଧୁମ୍ ଶ୍ରାବଣ ଧାରା ପାଇଁ ବିକଳ ପ୍ରାର୍ଥନା ବୋଧେ ବାରମ୍ବାର ପରାଜିତ । ହତୋତ୍ସାହୀ ମନମୁଗ୍ଧକର ପ୍ରାକୃତିକ ବସ୍ତୁ ମାନେ ପ୍ରତିଶୋଧ ପରାୟଣ ହୋଇ ଉଠିଛନ୍ତି  । ଯୌବନ ର ଅତିଥି ଚର୍ଚ୍ଚା ର ପ୍ରଥମ ପ୍ରେମ ର ରଂଗ ବୋଳା ରଙ୍ଗୀନ୍ ଅତିଥି ମାନେ ଖରା ତାତି ରେ ଭିଜୁଛନ୍ତି । ପ୍ରୀତିବୋଳା ମିଳନ ପାଇଁ ବ୍ୟଗ୍ର ନୂଆ ବୋହୂ ମାନେ ପ୍ରାଣପ୍ରିୟ ମାନଙ୍କ ଅପେକ୍ଷାରେ କ୍ରୁର ବିଧାତା ର ବିଚାର କୁ ନିନ୍ଦୁଛନ୍ତି । ଜୀବନର ଅବସର ପ୍ରାନ୍ତର ଅତିଥି ମାନେ ଯବନିକା ପଡ଼ିସାରିଥିବା କିମ୍ବଦନ୍ତୀକୁ ଗପ ପେଡି ରେ ପସରା ମେଲେଇଛନ୍ତି। ଯୁକ୍ତି ତର୍କ ରେ କମ୍ପମାନ ହ...

କିନ୍ତୁ ମୁଁ କିଛି କ୍ଷଣ ଆଉ ବଞ୍ଚିବାକୁ ଚାହେଁ

Image
Credit: Unsplash ମୁଁ ହଜି ଯିବାକୁ ଚାହେଁ ,  ବେଳାଭୂମି ର ଅମାପ ନୀଳ ସାଗର ଗର୍ଭରେ ତରଙ୍ଗାୟିତ ଢେଉ ରେ  ଅସ୍ତଗାମୀ ସୂର୍ଯ୍ୟ ର ବିଞ୍ଚାଡ଼ି ହୋଇ ପଡ଼ୁଥିବା କିରଣ ପରି ,  ଶେଷ ଶ୍ରାବଣ ର ଶେଷ କେଇ ବୁନ୍ଦା ବର୍ଷା ପରି ,  ଯୁଦ୍ଧ ରେ ଜିତିବାର ଗୌରବ ପରି , ପ୍ରଥମ ସ୍ପର୍ଶ ରେ ସରିଯାଉଥିବା ଲାଜ ପରି ,  ମୁଁ ଭାଙ୍ଗିଯିବା କୁ ଚାହେଁ ,  ବସନ୍ତ ଋତୁ ର ପତ୍ରଝଡ଼ା ପରି ,  ପବନ ରେ ଦୋହଲୁଥିବା ବାଇ ଚଢ଼େଇ ବସା ଟି ପରି , ଘଣ୍ଟ ଶଙ୍ଖ ନାଦରେ ନୃତାୟମାନ ମନ ର ଆଳତୀ ଶେଷରେ ନୀରବତା ପରି ,  ପ୍ରେୟସୀ ବିନା ଶକ୍ତ ହୃଦୟ ର ଦୁର୍ବଳତା ପରି , ପ୍ରଥମ ଦେଖା ରେ ମନଗଢା ଦୁଇ ଧାଡ଼ି ଗପ ଟିଏ ପରି , ମୁଁ ଲୁଚି ରହିବାକୁ ଚାହେଁ , ଶୀତ ସକାଳ ର ମେଘ ମାଳ ରେ ଲୁଚକାଳି ଖେଳୁଥିବା ଖରା ତାତି ପରି ,  ପ୍ରେମିକ ହୃଦୟରେ ପ୍ରଥମ ପ୍ରେମିକାର ମନଖୋଲା ହସ ର ବାସ୍ନା ପରି ,  ଏକାକୀ ମନ ର ଜହ୍ନ ତାରା ସହ ସମ୍ପର୍କ ପରି , ସମୟକୁ ବଶ କରି ରଖିଥିବା ତୁମ ଛାତି ର ଉଷ୍ମତା ପରି ,  ଭୋର ସକାଳ ରେ କପେ ଚା ରେ ଟିକେ ଅଧିକ ଚିନି ପରି ,  ଜହ୍ନ ରେ ଥିବା କଳଙ୍କ ଟିକକ ପରି ,  କିନ୍ତୁ ମୁଁ କିଛି କ୍ଷଣ ଆଉ ବଞ୍ଚିବାକୁ ଚାହେଁ , ପଲିଥିନ ଜରି ରେ ଲାଗିରହିଥିବା ଶେଷ ବର୍ଷା ବିନ୍ଦୁ ପରି ,  ପଦ୍ମ ପତ୍ର ରେ ଦୋଳାୟମାନ କାକର ଥୋପା ପରି , ବିସର୍ଜନ ରେ ଶେଷ ମନ୍ତ୍...

ଜୀବନ କେତେ ସହଜ ?

Image
Credit: Abstract Scriber ଆତ୍ମା ପ୍ରେତାତ୍ମା ମଣିଷ ପଶୁ ପକ୍ଷୀ ବୃକ୍ଷ ବନାନୀ ସବୁ ବିଶ୍ରାମ ନିଅନ୍ତି ଆଉ ସ୍ଵପ୍ନ ନଗରୀ ରେ ସକାଳ ହୁଏ । ଜହ୍ନ ଆଲୁଅ ର ଛାଇ ଅନ୍ଧାର ଖେଳ ଭିତରେ କଅଁଳ ଖରା ର ଝାସ ବାଜେ ସ୍ଵପ୍ନ ରେ । ଆଖି ନଥିବା ଆଖି ବି ଆଖିଏ ସ୍ଵପ୍ନ ଧରି ସେଇ ଜହ୍ନ ରାତି କୁ ଅନେଇବସିଥାଏ , କେତେ ବେଳେ ଜହ୍ନ ଆସିବ ଆଉ ତା ଶୀତଳ ଛାୟା ରେ କୁଣ୍ଢେଇ ଧରିବ । ଦିନ ସାରା ର ଖଟଣି ରେ କ୍ଳାନ୍ତ ଶରୀର ଟିକେ ବିଶ୍ରାମ କୁ ଅଣ୍ଡାଳୁ ଥାଏ ଆଉ ଜହ୍ନ ଆସି ତାକୁ ଧୋ ରେ ବାୟା ଧୋ କହି ଶୁଆଇଦିଏ । ଭାସି ବୁଲନ୍ତି ହଜାର ହଜାର ଅଣ ବାହୁଡା ସ୍ଵପ୍ନ ସବୁ , ସ୍ଵପ୍ନ ର ସୌଦାଗର ସାଜି କେତେ ପ୍ରକାର ସ୍ଵପ୍ନ ର ସୌଦା ହୁଏ ସ୍ଵପ୍ନର ନଗରୀରେ । ପ୍ରେମିକ ଟିଏ ତା ପ୍ରେମିକା କଥା ଭାବୁଥାଏ , ଲେଖକ ଟିଏ ନିଜ ଅଧ ଲେଖା ଗପ ର ବାକି ଥିବା ଆଉ ଗୋଟେ ପାରାଗ୍ରାଫ କଥା , ଆଖି କୁ ଦିଶୁନଥିବା ଜେଜେ ତାଙ୍କ ଆର ପରି ରେ ଥିବା ଜେଜେ ମା ଙ୍କ କଥା , ଉଛୁଳା ଯୌବନ କୁ କାନ୍ଧେଇ ଧରି ଯୁବତୀ ଟିଏ ତାର ସ୍ଵପ୍ନ ର ରାଜକୁମାର କଥା , ଜମିଦାର ତା ଅଧା ତିଆରି ନୂଆମହଲ କଥା , ଚାକିରିଆ ଟିଏ ତାର ନିଜ ଅଫିସ ରେ ଗୋଡ ଲମ୍ବେଇ ବସିବା କଥା , ବେକ ରେ ସରୁ ଚେନ ପିନ୍ଧା ବାବୁଆଣୀ ମୋଟା ସୁନା ହାର କଥା , ରାତି ଅନିଦ୍ରା ହେଇ ପୁଅ କୁ ଜଗି ରହିଥିବା ମା ଟି ପୁଅ ର ଡାକ୍ତର ହବାର ସ୍ଵପ୍ନ ଦେଖୁଥାଏ ,ନୂଆ ବାହାହେଇ ଆସିଥିବା ବୋହୁ ତାର ଘର କୁ...

ସ୍ଥାଣୁ ସର୍ବେସର୍ବା

Image
Credit: google ମନୁଷ୍ୟ ନିଜ ମାୟା ଜାଲ କୁ ଏମିତି ଛନ୍ଦି ଦେଇଛି ଯେ ସେଇ ଜାଲ ଭିତରେ ସେ ନିଜର ସତ୍ତା କୁ ବି ବିଲୋପ କରିବାକୁ ବସିଲାଣି । ଶାନ୍ତ ପରିବେଶ ରେ କୋଳାହଳ ସୃଷ୍ଟି କରୁଥିବା ପଜର୍ବ ପର୍ବାଣି, ସ୍ବାର୍ଥ ଠାରୁ ସମ୍ଭବତଃ ଦୂରତ୍ବ, ସ୍ବଚ୍ଛ ସ୍ନିଗ୍ଧ ପରିବେଶ ଆଜି ନୈରାଶ୍ୟ , ନିର୍ଜନତାକୁ ଗ୍ରହଣ କରିସାରିଛି । ଗାଁ ଆଜି ପଛରେ ,ସହରୀକରଣ ଠୁ ବେଶ୍ ପଛରେ । ସହରାଭିମୁଖୀ ଗାଁ ର ପିଲାମାନେ କିଛି ଟଙ୍କା ଲୋଭରେ ଲମ୍ଫ ଦେଇଛନ୍ତି ସହରକୁ । କିଛି ଟଙ୍କା ବଦଳରେ ନିଜର ବୁଦ୍ଧି ବିବେକକୁ ବିକାଶିତ ସହରର ବିକାଶ ପାଇଁ ବିକଳ୍ପ ପ୍ରସ୍ତୁତ କରୁଛନ୍ତି । ଟଙ୍କାର ବନ୍ଧ ଭାଙ୍ଗିଯିବା ଭୟରେ ରାତି ରାତି ଅନିଦ୍ରା ରହି ଜଗି ରହିଛି ମଣିଷ । ଜୀବନ ପାଇଁ ଟଙ୍କା ଜରୁରୀ ବୋଲି ଆଳ କରି ଏବେ ଟଙ୍କା ଗଦା କୁ ଜୀବନ କରିଦେଇଛି । ସମ୍ପତ୍ତି ସାମ୍ରାଜ୍ୟ ବିସ୍ତାର ପାଇଁ ସହର ରେ ସ୍ଥାନ ହାସଲ ନିଶା ରେ ନିଜ ଜନ୍ମମାଟିର ର ଭୁଷୁଡା ଘର , ଜମି ବାଡି ର ବାସ୍ନାକୁ ବି ଗନ୍ଧ ବୋଲି କହିଲାଣି । ଟଙ୍କା ଆଜି ଶାସନ କରୁଛି ଆଉ ମଣିଷ ଆଜି ଶାସିତ। ଗରିବୀଗ୍ରସ୍ତ ସହରିଆ ମାନେ ବିକଟାଳ ବିକ୍ଷୋଭ କରି ଟଙ୍କା କୁ ଭୋକିଲା ପେଟ ଶୁଖିଲା ରୁଟି ଖୋଜିଲା ପରି ଦିନ ରାତି ଖୋଜିଚାଲିଛନ୍ତି। ସମୟ ବଦଳରେ ଟଙ୍କା ଆଜି ବେଶୀ ମୂଲ୍ୟବାନ । ଭଲ ମଣିଷ ଟିଏ ବଦଳରେ ବେଶୀ ରୋଜଗାର କରୁଥିବା ମଣିଷ ଜଣଙ୍କର ଖାତିର ଯଥା ସମ୍ଭବ ଉପରେ । ମଣିଷ କୁ ପରଖିବ...

ସ୍ଵାଧୀନ କଏଦୀ

Image
ଯୌନ ନିର୍ଯ୍ଯାସିତ , ଯୌତୁକ ବନ୍ଦୀ , ବଳାତ୍କାରର ଶିକାର , ଅବହେଳିତ ନିଃସହାୟ ନାରୀ ଉପଲକ୍ଷ୍ୟରେ କିଛି ସୁପ୍ରତିଷ୍ଠିତ ସୁନାମଧନ୍ୟ ବ୍ୟକ୍ତି ଏବଂ କିଛି ଅର୍ଦ୍ଧବସ୍ତ୍ରା ଓ ଅତ୍ୟାଧୁନିକ ନଗ୍ନ ନାରୀ ଶାସନ ଅନୁଶାସନ ରେ ନାରୀର ଅଧିକାର ପାଇଁ ନ୍ୟାୟର ଚର୍ଚ୍ଚାରେ ବ୍ୟସ୍ତ । ସୃଷ୍ଟିର କମନୀୟ ସୃଷ୍ଟିର ଅପରୂପ ଅପ୍ସରୀ ନାରୀ । ରୂପସମ୍ଭାର ପରିକଳ୍ପନାକୁ କେତେଟି ଶବ୍ଦରେ ଆବଦ୍ଧ କରି ବର୍ଣ୍ଣନା କରିବା ବୃଥା । ସ୍ତ୍ରୀର ସୌନ୍ଦର୍ଯ୍ୟ , ଯୌବନ , କର୍ମ ଓ କାୟା କୁ କେତେ କବି କେତେ କାବ୍ୟର ମୂଳଦୂଆ କରି ଗଢିତୋଳିବାକୁ ପ୍ରୟାସ କରିଛନ୍ତି ହେଲେ ବାସ୍ତବିକତାକୁ ବାଦ୍ ଦେଇ । ସମସ୍ତେ ଯୌବନର ଯଥାର୍ଥ ସମାଲୋଚନା କଲା ବେଳେ ସ୍ତ୍ରୀ ର ଶରୀରର ଶ୍ରୀମଣ୍ଡିତ ରୂପ ପାଇଁ ପୁରୁଷର ଲାଳସା ବ୍ୟକ୍ତ କରିଛନ୍ତି । ନିଜ କାମନା ପାଇଁ କିପରି ଭାବେ ସଂସ୍କାର ଓ ସମାଜ ର ଅନୀତି ଅନ୍ୟାୟ କୁ ଆଖିଠାର ଦେଇ ସ୍ତ୍ରୀକୁ ସମର୍ପି ଦେବାକୁ ବାଧ୍ୟ କରନ୍ତି ତା ମଧ୍ୟ ବ୍ୟକ୍ତ କରିଛନ୍ତି । ବୋଧହୁଏ ଅଦୃଶ୍ୟ ଓଷୁମ ଶେଯର ଆଖି କୋଣରେ ଜକେଇ ଆସୁଥିବା ଲୁହର ସ୍ରୋତ , ସୁଷମାର ଅବ୍ୟକ୍ତ ପୀଡା ଓ ରାକ୍ଷସରୂପୀ ନରର ଦତ୍ତ ଯନ୍ତ୍ରଣା କୁ ବିଚାର କରିବାକୁ ଭୁଲିଯାଆନ୍ତି । ବିକଶିତ କନ୍ୟା ଭ୍ରୁଣ ଭାର ସମ୍ଭାଳିବାକୁ ଅସମର୍ଥ ସମାଜ ପୌରୁଷ ର ପୌରୁଷିକତା ର ପ୍ରମାଣ ପାଇଁ ଆଜି ବି ସୁନ୍ଦର ଯୁବତୀ ନାରୀକୁ ଖିନ୍ ଭିନ୍ କରୁଛନ୍ତି । ସ୍ବାଭାବିକ ...

ମୁଁ ମଲା ମାନବିକତା କହୁଛି

Image
Credit: Google ମୁଁ ମଲା ମାନବିକତା କହୁଛି " ମୁଁ ଅନ୍ଧ ମୂକ ସାକ୍ଷୀ , ମଣିଷ ନିଜେ ନର୍କ ଭିତରକୁ ଚାଲିଆସିଛି । ମୋ ହତ୍ୟା ପାଇଁ କେବଳ ଓ କେବଳ ଏଇ ମଣିଷ ଚେଷ୍ଟା କରିଚାଲିଥିଲା। ଶେଷରେ ଶ୍ବାସରୁଦ୍ଧ ହେଇ ମୋର ମୃତ୍ୟୁ ହେଇଛି । " ଶହ ଶହ ଗାଡିମଟରର ଶବ୍ଦ କୋଳାହଳ ଭିତରେ ମଣିଷ ବେଶୀ ହତାଶ ହୋଇପଡ଼ିଛି । ତା କାନ୍ଦ ର ଶବ୍ଦ ଆଜି କାହାରିକୁ ଶୁଭୁନି । ଶୁଭୁନି କି କାହାର ଶୁଣିବାକୁ ବୁଝିବାକୁ ସମୟ ବି ନାହିଁ । ବ୍ୟସ୍ତତା ଭିତରେ ବୟସ ବି ଭୁଲିଗଲାଣି କହିଲେ ଚଳେ । ମଙ୍ଗଳ ଗ୍ରହ ର ରାସ୍ତା ସାଉଣ୍ଟି ଗାଁ ରାସ୍ତାକୁ ଭୁଲିଗଲାଣି । ଏତେ ବଡ ବଡ ଅଟାଳିକା ଆଜି ମଣିଷକୁ ତା ସତ୍ୟତା କୁ ଲୁଚେଇ ରଖିବାକୁ ବାଧ୍ୟ କରୁଛି । ନିଜ ମନ ଖୁସିରେ ତା ମନକଥା କହିବାକୁ ତା ଭିତରେ ସାହାସ ସୁଦ୍ଧା ନାହିଁ କିନ୍ତୁ ମଣିଷ ଏବେ ନିଜକୁ ସର୍ବଶକ୍ତିମାନ ସର୍ବଶ୍ରେଷ୍ଠ ଭଗବାନ୍ ମଣି ପୃଥିବୀରେ ଶାସନ କରିବା ଆରମ୍ଭ କରିସାରିଲାଣି । ସପ୍ନର ସୌଦାଗର ମଣିଷ ଏବେ ନିଜ ସପ୍ନରେ ଟଙ୍କା ଟଙ୍କା ବୋଲି ରଡି କରୁଛି । ନଅ ମାସ ର କଷ୍ଟ ବଦଳରେ ଦୁଇ ଚାରି ପଦ ବିଦେଶୀ କଥା କହି ମା କୁ ଅନ୍ୟ ବୁଢାବୁଢୀ ଙ୍କ ସହିତ ବଞ୍ଚିବା ଶିଖେଇଦେଇଛି । ନନା ବୋଉ ଡାକ ବଦଳରେ କେଇଟା ଅଖାଡୁଆ ଶବ୍ଦରେ ଅଭ୍ୟସ୍ତ ନହେଲେ ଗାଁ ରେ ଛାଡିଦେଇ ଆସିବାର ଧମକ ବୈଶାଖ ଖରା ଠୁ ବେଶୀ ବାଧିବାକୁ ଆରମ୍ଭ କରିସାରିଲାଣି ।  ବୋଉ ର ଶହେ ପଦ ଗାଳି ନନା ଙ୍କର ରାଗ...