Credit: Abstract Scriber |
ଚର୍ଚ୍ଚା ବିଚର୍ଚ୍ଚା ର କୋଳାହଳ ରେ ନୀରବତା ର ଅସ୍ତିତ୍ବ ର ମୂଲ୍ୟ ବୋଧ ଡେରି ରେ ହୁଏ , ସେପରି ତୁମ ଅନୁପସ୍ଥିତି ରେ ତୁମର ଉପସ୍ଥିତି ର ମୂଲ୍ୟ ବୋଧ ହୁଏ । ଅନନ୍ତ ବ୍ୟାପୀ ନୀଳ ଗଗନ କୁ ଅନୁଧ୍ୟାନ କରିବା ଅସମ୍ଭବ ନୁହେଁ, କିନ୍ତୁ ପ୍ରସ୍ତାବିତ ସମ୍ଭବତା ନୁହେଁ। ବୈଶାଖ ତାତି ରେ ଶୀତଳ ସ୍ଥିର ଶାନ୍ତ ଜହ୍ନ ର ଛାୟା ପରି ତୁମେ ଏକ ଶାନ୍ତିପ୍ରିୟ ଖୋଲା ଆକାଶ । ତୁମ ଚତୁର୍ଦ୍ଧା ଉନ୍ମୁକ୍ତ ନଭ ଆଉ ତଳେ ଆମେ ଆଶ୍ରିତ ପ୍ରାଣୀ ଙ୍କର ମେଳ । ନିର୍ଧୁମ୍ ଶ୍ରାବଣ ଧାରା ରେ ଭିଜିଥିବା କାଦୁଆ ମାଟି ରାସ୍ତା ର ଛିଟା ର ଆତ୍ମୀୟତା ପରି ତୁମ ରାଗ ଅଭିମାନ। ତୁମ ହାତ ଧରି ଚାଲିବା ଶିଖିଛି, ମୁଁ ଝୁଣ୍ଟି ପଡ଼ିଲେ ତୁମ ଉଦାସ ଆଖି ରେ ଏକ ପ୍ରଶସ୍ତ ଅଭିମାନ ଦେଖିଛି। ପ୍ରଥମ କଥା ରେ ବାବା ଡାକିଛି, ମୁଁ ସମାଲୋଚନା ର ଦୀପ୍ତି ଚକ୍ଷୁରେ ବିକ୍ଷିପ୍ତ ଆତ୍ମସମ୍ମାନ ର ପ୍ରତିରକ୍ଷା ପାଇଁ ତୁମ ଠୁ ଗର୍ଜନ କରିବା ଶିଖିଛି। ରକ୍ତଜବା ଗୋଲାପ ଗୁଚ୍ଛ ରେ କଣ୍ଟା ପରି ସମୟ ଚକ୍ର ରେ ପେଶି ହୋଇ ତୁମେ ଶକ୍ତ । ପ୍ରତି ପ୍ରଶ୍ନ ର ପ୍ରତିତ୍ତୋର ରେ ତୁମେ ଜ୍ଞାନକୋଷ ର ଭଣ୍ଡାର । ପ୍ରଜାପତି ର ରଙ୍ଗ ବେରଙ୍ଗ ଫର୍ଦ୍ଦ ଫର୍ଦ୍ଦ ରଙ୍ଗୀନ ପର ଭଳି ତୁମ ବିବିଧ ରୂପ, କେବେ ପରିବାର ର ଶିରା ପ୍ରଶିରା କୁ ଅନ୍ତରଙ୍ଗତା ର ରକ୍ତ ଯୋଗେଇ ଆସୁଥିବା ଗୁଙ୍ଗା ହୃଦୟ ତ କେବେ ଲକ୍ଷ୍ୟଭେଦୀ ଶିକାରୀ ତୁମେ । କେବେ ଏକ ଶାନ୍ତ ସମୁଦ୍ର ତୁମେ ଆଉ କେବେ ସନ୍ତୁଳିତ ଝଡ଼ । କେବେ ଶାନ୍ତି ପ୍ରତିଷ୍ଠା ର ମିଶାଲ୍ ଧରି ତୁମେ ଯୋଦ୍ଧା ଆଉ କେବେ ପୂଣ୍ୟତୋୟା ପ୍ରକୃତିର ତୃପ୍ତ ମହୋଦଧି।କେବେ ଅଭାବ ର ଅସ୍ତରାଗ ରୁ ରୂପାନ୍ତରିତ ଉନ୍ମୁକ୍ତ ଏକ ଅନୁରାଗ ଆଉ କେବେ ସ୍ୱାଭିମାନ ର ସ୍ୱର ସଂଯୋଜନା ର ମୃଦୁ ସଙ୍ଗୀତ ।
ଛୋଟ ବେଳେ ରାଗୀ ବାପା ହୋଇ ଶାସନ କରିଛ, ବଡ଼ ହେଲେ ସାଙ୍ଗ ହୋଇ ଶାସନ କରିବା ଶିଖେଇଛ । ଛୋଟ ବେଳେ କାନ୍ଦିଲେ ବୋଉ ଭୋକ କରୁଛି ବୋଲି ଜାଣିପାରୁଥିଲା, ଆଉ ମୋ ମୁହଁ ଶୁଖିଗଲେ ମୋର କଣ ଦରକାର ତୁମେ ଜାଣିଥିଲ । ବୋଉଠୁ ଲୁଚେଇ ଚକଲେଟ୍ ଭି ଦେଇଛ, ପଣିକିଆ ପାଇଁ ମାଡ଼ ଭି ମାରିଛ । ସତ କହିବା ଶିଖେଇଛ, ଆଉ ମିଛ କହି ମତେ କେତେ ଥର ବୋଉ ଠୁ ବଞ୍ଚେଇଛ।
ବାପା ସତରେ ତୁମ କୁ ବୁଝିବା ବହୁତ କଷ୍ଟ ।
Bahut badhiya😑💕💛
ReplyDeletePicture and you penned your feelings is absolutely beautiful !! 💕🙏😇
ReplyDelete👍
ReplyDeleteHeart touching story.
ଅତି ସୁନ୍ଦର ଲେଖା
Deleteବହୁତ ଭଲ ଲାଗିଲା
Bahut bahut bahutttt badhiya 🤍🦋🌟✨⚡
Delete��best
ReplyDeleteVery nice
ReplyDeleteBahut sundar
ReplyDelete