ମୁଁ ମଲା ମାନବିକତା କହୁଛି

Credit: Google
ମୁଁ ମଲା ମାନବିକତା କହୁଛି " ମୁଁ ଅନ୍ଧ ମୂକ ସାକ୍ଷୀ ,
ମଣିଷ ନିଜେ ନର୍କ ଭିତରକୁ ଚାଲିଆସିଛି । ମୋ ହତ୍ୟା ପାଇଁ କେବଳ ଓ କେବଳ ଏଇ ମଣିଷ ଚେଷ୍ଟା କରିଚାଲିଥିଲା। ଶେଷରେ ଶ୍ବାସରୁଦ୍ଧ ହେଇ ମୋର ମୃତ୍ୟୁ ହେଇଛି । "

ଶହ ଶହ ଗାଡିମଟରର ଶବ୍ଦ କୋଳାହଳ ଭିତରେ ମଣିଷ ବେଶୀ ହତାଶ ହୋଇପଡ଼ିଛି । ତା କାନ୍ଦ ର ଶବ୍ଦ ଆଜି କାହାରିକୁ ଶୁଭୁନି । ଶୁଭୁନି କି କାହାର ଶୁଣିବାକୁ ବୁଝିବାକୁ ସମୟ ବି ନାହିଁ । ବ୍ୟସ୍ତତା ଭିତରେ ବୟସ ବି ଭୁଲିଗଲାଣି କହିଲେ ଚଳେ । ମଙ୍ଗଳ ଗ୍ରହ ର ରାସ୍ତା ସାଉଣ୍ଟି ଗାଁ ରାସ୍ତାକୁ ଭୁଲିଗଲାଣି । ଏତେ ବଡ ବଡ ଅଟାଳିକା ଆଜି ମଣିଷକୁ ତା ସତ୍ୟତା କୁ ଲୁଚେଇ ରଖିବାକୁ ବାଧ୍ୟ କରୁଛି । ନିଜ ମନ ଖୁସିରେ ତା ମନକଥା କହିବାକୁ ତା ଭିତରେ ସାହାସ ସୁଦ୍ଧା ନାହିଁ କିନ୍ତୁ ମଣିଷ ଏବେ ନିଜକୁ ସର୍ବଶକ୍ତିମାନ ସର୍ବଶ୍ରେଷ୍ଠ ଭଗବାନ୍ ମଣି ପୃଥିବୀରେ ଶାସନ କରିବା ଆରମ୍ଭ କରିସାରିଲାଣି । ସପ୍ନର ସୌଦାଗର ମଣିଷ ଏବେ ନିଜ ସପ୍ନରେ ଟଙ୍କା ଟଙ୍କା ବୋଲି ରଡି କରୁଛି । ନଅ ମାସ ର କଷ୍ଟ ବଦଳରେ ଦୁଇ ଚାରି ପଦ ବିଦେଶୀ କଥା କହି ମା କୁ ଅନ୍ୟ ବୁଢାବୁଢୀ ଙ୍କ ସହିତ ବଞ୍ଚିବା ଶିଖେଇଦେଇଛି । ନନା ବୋଉ ଡାକ ବଦଳରେ କେଇଟା ଅଖାଡୁଆ ଶବ୍ଦରେ ଅଭ୍ୟସ୍ତ ନହେଲେ ଗାଁ ରେ ଛାଡିଦେଇ ଆସିବାର ଧମକ ବୈଶାଖ ଖରା ଠୁ ବେଶୀ ବାଧିବାକୁ ଆରମ୍ଭ କରିସାରିଲାଣି ।

 ବୋଉ ର ଶହେ ପଦ ଗାଳି ନନା ଙ୍କର ରାଗୀ ଆଖି ଠାରୁ ଏବେ ବିଦେଶରେ ବି ବିଦେଶୀ ଶୁଣି ଲାଙ୍ଗୁଡ ଯାକି ମଲା ଭଳି ବଞ୍ଚିବାକୁ ଚାହୁଁଛି । ପଖାଳ କଂସା ସାଙ୍ଗରେ ଛଅ ତିଅଣ ନଅ ଭଜା ରେ ତିଆରି ଏଇ ଦେହ ଆଜିକାଲି ମୁଠାକ ବିରିୟାନୀ କୁ ଶହ ଶହ ଟଙ୍କା ରେ କିଣି ଆଣି ନିଜକୁ ଧନୀ ଧନୀ କହି ଚିତ୍କାର କରୁଛି । ସମାଜ ସାମାଜିକ ମଣିଷ ଏଇ ବିଦେଶୀ ସାମ୍ରାଜ୍ୟ ପାଇଁ ଅଣନିଶ୍ବାସୀ ହେଇ ଖଟି ଚାଲିଛି । ଭାଇ ଭଉଣୀ ଘର ପରିବାର ର ଭାର ବଦଳରେ ସ୍ତ୍ରୀ ର ଖର୍ଚ ହାଲୁକା ଲାଗିଲାଣି । ସ୍ଵପ୍ନ ପାଇଁ ଆଉ ଜଣଙ୍କୁ ଗାତକୁ ଠେଲି ଦେଇ ନିଜେ ପହଞ୍ଚିଲା ପରେ ଗୀତା କୋରାନ୍ ର ଘୋଷା ପଦ ସବୁ ଗାଇଦେଇ ପ୍ରଶଂସା ସାଉଣ୍ଟୁଛି। ପଇସା ଦେଇ କିଣା ହେଇଥିବା ଗୋଟେ ଆରମ୍ଭର ଶେଷ ଖୋଜି ଖୋଜି ମଣିଷ ଏବେ ଥକା ମାରି ବସିଯାଇଛି। ଧନ ସମ୍ପତ୍ତି ପୁଅ ବୋହୁ ଲୋଭରେ ମୂକ ମଣିଷ ଏବେ ମୂର୍ଚ୍ଛା ହୋଇଯାଇଛି ।
କାହା ପାଖେ ବା ସମୟ ଅଛି , କିଏ ଆସିବ ଟିକେ ଆଉଁସି ଦବାକୁ ?
ଆପଣଙ୍କ ବ୍ୟସ୍ତ ସମୟରୁ ସମୟ ପାଇଁ ଧନ୍ୟବାଦ ।

Comments

  1. Awesome one...

    ReplyDelete
  2. A reality of life. Well presented.commendable. we expect much more such good writtingsfrom you. God bless you.

    ReplyDelete
  3. Excellent Article.Life's reality is potrayed .Nothing is greater than HUMANITY.Human withot HUMANITY is equal to a BEAST. In our office documents we have been using slogan "BE HUMANE"

    ReplyDelete
  4. you have literally draw the whole human life into lines...... very impressive

    ReplyDelete

Post a Comment

Popular posts from this blog

India Budget 2025: Key Highlights, Impact, and Future Outlook

Mahakumbh Mela 2025 : What is it and How it is celebrated ?

Celebrating Republic Day of India: Why It Matters to Every Indian