ପ୍ରେମ କାହାଣୀ

Credit : UnSplash



ତୁମେ ବିସ୍ତାରିତ ନୀଳ ଆକାଶ,
ତୁମେ କାଳ ପୁରୁଷ, ତୁମେ ପ୍ରେମିକା ର କାହାଣୀ ଓ ବିଜ୍ଞାନ ର ପ୍ରେମ ।
ନଭାଶ୍ଚୁମ୍ଭି ଅଟ୍ଟାଳିକା ଠାରୁ ବିଜ୍ଞାନ ର କ୍ରାନ୍ତିକ ସୃଷ୍ଟି 
ସମସ୍ତେ ତୁମ ବକ୍ଷ ରେ ଶୋଭା ପାଆନ୍ତି ।  
ତୁମ ବିରାଟ ଛାତି ରେ କେତେ ତାରା , ଜହ୍ନ ଭେଟ ହୁଅନ୍ତି । 
ମୁଁ ଈର୍ଷା କରେ, ଭୂଇଁ ରେ ପଡ଼ି ରହିବାର ଦୁଃଖ ରେ ମୋ ପୁରା ଶରୀର କମ୍ପି ଉଠେ । 
ତୁମ ଦେହ ରେ ଶହ ଶହ ପକ୍ଷୀ ଡେଣା ମେଲାନ୍ତି , 
ତୁମେ ଆପଣେଇ ନିଅ ସମସ୍ତଙ୍କୁ 
କିନ୍ତୁ କାହାକୁ ବସା ବାନ୍ଧିବାକୁ ଅନୁମତି ଦିଅ ନା। 
ବାସ୍ ଏଇ କଥା ପାଇଁ ମୁଁ ଦୂର ଦିଗନ୍ତ ରୁ ଚାହିଁ ରହିଥାଏ ତୁମ କୁ,
ବ୍ୟଗ୍ର ହୁଏ ନିଜକୁ ସମର୍ପି ଦେବାକୁ ତୁମ ଠାରେ।

ମୋ ପରିଚୟ ?
ମୁଁ ପ୍ରଶସ୍ଥ ଗଭୀର ନୀଳ ସମୁଦ୍ର, 
ମୁଁ କାହାର ପ୍ରେମିକା ନୁହେଁ, କବିତା ର ଶୀର୍ଷକ କିମ୍ବା ବିଜ୍ଞାନ ର ରଚନା ନୁହେଁ । 
ମୁଁ ଅବକ୍ଷୟ, ଧ୍ଵଂସୀ, ନୀରବ ଓ ସମର୍ପିତା ,
ମୋ ଚିତ୍କାର ଶୁଣି ମୋତେ ନିଃସହାୟ ବୋଲି କଳ୍ପନା କରନ୍ତି ।
ମୋ ଦୁଃଖ ରେ ସହାୟ ହୋଇ କେତେ କାହିଁ ଦୂର ରୁ ଆସି ନିଜକୁ ସମର୍ପି ଦିଅନ୍ତି ମୋ ଶରୀର ରେ,
ମୋ ଗଭୀରତା କୁ ଅଣଦେଖା କରନ୍ତି, ମୁଁ ତୁମ ଛାତି ରେ ଜହ୍ନ କୁ ଦେଖି ସାରା ରାତି ଅନିଦ୍ରା ରହେ। 
କାନ୍ଦିବାକୁ ଚେଷ୍ଟା କରେ, ଶ୍ୱାସରୁଦ୍ଧ ହୋଇଯାଏ,
ଅଣ ନିଃଶ୍ୱାସୀ ହୋଇ ମୁଁ ଧରି ରଖିବାକୁ ଚେଷ୍ଟା କରେ,
ହେଲେ ତୁମ କଥା ମନେ ପଡ଼େ, 
କିଛି ରଖି ପାରେନା, ସବୁ ଫେରେଇ ଦିଏ।

ଆଜି ମୋ କୂଳ ରେ ପ୍ରେମୀ ଯୁଗଳ ଆମ କାହାଣୀ କୁ ପରିହାସ କଲେ , ଆକାଶ ଓ ସମୁଦ୍ର ର ମିଳନ ଅସମ୍ଭବ । 
ମୁଁ ପ୍ରଶ୍ନ କରୁଛି ମେରୁ ର ସୃଷ୍ଟି କେମିତି?
ତେବେ ଅପର୍ଯ୍ୟାପ୍ତ ଦିଗନ୍ତ ରେ ଦୂର ରେ ସେ ମିଳନ ର ଦୃଶ୍ୟ କଣ ଇଙ୍ଗିତ କରେ?
ଯେଉଁ ଇଙ୍ଗିତ କୁ ଚିତ୍ରପଟ୍ଟ ରେ ସଜେଇ ରଖନ୍ତି କବି, ଚିତ୍ରକାର, ପ୍ରେମିକ ଆଉ ଗାଳ୍ପିକ ମାନେ ।
ନାଲି ଶାଢୀ ରେ ସଜେଇ ତୁମେ ମତେ ଛୁଇଁ ବାକୁ ଚେଷ୍ଟା କରନି?
ଯେଉଁ ନାରଙ୍ଗୀ ରଙ୍ଗ ର ଆକାଶ ର ରୂପ ରେଖ ଦେଖି ଆଖି ଆଗରେ ନିଜ ପ୍ରେମିକ ସହ କିଛି ମୁହୂର୍ତ୍ତ ମନେ ପଡ଼ିଯାଏ , ସେତେ ବେଳ ର ମୋ ଶାନ୍ତ ସହମତି ମୁଗ୍ଧ କରେ କୂଳ ରେ ଥିବା ବାଲି କଣିକା ସବୁ କୁ ।
ତୁମ ଅମାପ ସମ୍ପତ୍ତି ବର୍ଷା ବିନ୍ଦୁ ସବୁ ଅଜାଡ଼ି ଦେଇ ତୁମ ମତେ ଭିଜେଇ ବାକୁ ଚେଷ୍ଟା କରନି?
ଯେଉଁ ବର୍ଷା ବିନା ସୃଷ୍ଟି ର ସବୁଜିମା, ପ୍ରେମିକ ର କଳ୍ପନା, କବି ର ଅନ୍ତିମ ଧାଡ଼ି , ଗାଳ୍ପିକ ର ଶେଷ ପଦ, ବିଜ୍ଞାନ ର ବିଶେଷତା ସବୁ ଅଧା ରହିଯିବ ।  
ତୁମ ହୃଦୟ ର କମ୍ପନ ରେ ମୋ ଶରୀର ରେ ଶିହରଣ ତୁମ ଅନୁଭବ କରିପାର ନା?
ଯେଉଁ ବିଜୁଳି ର ଚମକ , ଘଡ଼ଘଡ଼ି ର ଶବ୍ଦ ସାଜି ତୁମେ ନିଜର ଧୈର୍ଯ୍ୟ ର ସୀମଭଙ୍ଗ ସ୍ବୀକାର କର ତାହା ମୋ ଶରୀର ର ଶିହରଣ ହୋଇ ସୁନାମି ସାଜେ । 
ମିଳନ ର ନିରାଶ ରେ ତୁମେ କାହିଁକି କେବେ ମୋ ଠାରୁ ଦୂରେଇ ଯାଅ ନା?
ମୁଁ ମିଳନ ର ବ୍ୟଗ୍ରତା ରେ ଭୂଇଁ ରେ ଲୋଟି ରହିଛି କାଳ କାଳ ରୁ, ତୁମେ କର୍ତ୍ତବ୍ୟ ର ବନ୍ଧା ହୋଇ ଶତ ଚେଷ୍ଟା କରି ମୋ ଶରୀର କୁ ଧରି ରଖି ପାରୁନ । 
ପ୍ରେମ ର ସଂଜ୍ଞା ଯୁଗ ସହ ବଦଳି ଯାଏ , 
କଳି ଯୁଗ ସଂଜ୍ଞା ତୁମକୁ କାପୁରୁଷ ବିଚାର କରିପାରେ , କିନ୍ତୁ 
ତ୍ରେତୟା ଯୁଗ ର ସଂଜ୍ଞା ତୁମକୁ ପୁରୁଷୋତ୍ତମ ବିଚାର କରେ । 
ମୁଁ ତୁମକୁ ଭଲ ପାଏ, ପ୍ରତି ଯୁଗ ର ସଂଜ୍ଞା ରେ ଧ୍ରୁବ ସତ୍ୟ।

ଚିତ୍ର , କଳ୍ପନା , କାବ୍ୟ , ଗଳ୍ପ , ସାହିତ୍ୟ , ବିଜ୍ଞାନ 
ମହାକାଶ ର ବିସ୍ତାର କୁ ସମୁଦ୍ର ର ଗଭୀରତା ସହ ତୁଳନା କରେ, 
ତର୍କ ବିତର୍କ ର ଆପୋଷ ବୁଝାମଣା ପରେ ଆମ ମିଳନ ରୁ
ମେରୁ ବ୍ୟାସ ର ସୃଷ୍ଟି ବୋଲି ବର୍ଣନା କରେ ।  

ପ୍ରେମ କାହାଣୀ ଆଉ ସୁନ୍ଦର ହେଇପାରେ ?

Comments

  1. I feel so proud to be your friend ❤️how beautiful is your writing 😊

    ReplyDelete
  2. How lucky your lover is ? You describe the thoughts so well. 👌

    ReplyDelete
  3. Good one 👍👍

    ReplyDelete
  4. Just awesome 👍🏻

    ReplyDelete

Post a Comment

Popular posts from this blog

Mahakumbh Mela 2025 : What is it and How it is celebrated ?

Not just a Phase

India Budget 2025: Key Highlights, Impact, and Future Outlook