କିନ୍ତୁ ମୁଁ କିଛି କ୍ଷଣ ଆଉ ବଞ୍ଚିବାକୁ ଚାହେଁ

Credit: Unsplash

ମୁଁ ହଜି ଯିବାକୁ ଚାହେଁ , 
ବେଳାଭୂମି ର ଅମାପ ନୀଳ ସାଗର ଗର୍ଭରେ ତରଙ୍ଗାୟିତ ଢେଉ ରେ 
ଅସ୍ତଗାମୀ ସୂର୍ଯ୍ୟ ର ବିଞ୍ଚାଡ଼ି ହୋଇ ପଡ଼ୁଥିବା କିରଣ ପରି , 
ଶେଷ ଶ୍ରାବଣ ର ଶେଷ କେଇ ବୁନ୍ଦା ବର୍ଷା ପରି , 
ଯୁଦ୍ଧ ରେ ଜିତିବାର ଗୌରବ ପରି ,
ପ୍ରଥମ ସ୍ପର୍ଶ ରେ ସରିଯାଉଥିବା ଲାଜ ପରି , 

ମୁଁ ଭାଙ୍ଗିଯିବା କୁ ଚାହେଁ , 
ବସନ୍ତ ଋତୁ ର ପତ୍ରଝଡ଼ା ପରି , 
ପବନ ରେ ଦୋହଲୁଥିବା ବାଇ ଚଢ଼େଇ ବସା ଟି ପରି ,
ଘଣ୍ଟ ଶଙ୍ଖ ନାଦରେ ନୃତାୟମାନ ମନ ର ଆଳତୀ ଶେଷରେ ନୀରବତା ପରି , 
ପ୍ରେୟସୀ ବିନା ଶକ୍ତ ହୃଦୟ ର ଦୁର୍ବଳତା ପରି ,
ପ୍ରଥମ ଦେଖା ରେ ମନଗଢା ଦୁଇ ଧାଡ଼ି ଗପ ଟିଏ ପରି ,

ମୁଁ ଲୁଚି ରହିବାକୁ ଚାହେଁ ,
ଶୀତ ସକାଳ ର ମେଘ ମାଳ ରେ ଲୁଚକାଳି ଖେଳୁଥିବା ଖରା ତାତି ପରି , 
ପ୍ରେମିକ ହୃଦୟରେ ପ୍ରଥମ ପ୍ରେମିକାର ମନଖୋଲା ହସ ର ବାସ୍ନା ପରି , 
ଏକାକୀ ମନ ର ଜହ୍ନ ତାରା ସହ ସମ୍ପର୍କ ପରି ,
ସମୟକୁ ବଶ କରି ରଖିଥିବା ତୁମ ଛାତି ର ଉଷ୍ମତା ପରି , 
ଭୋର ସକାଳ ରେ କପେ ଚା ରେ ଟିକେ ଅଧିକ ଚିନି ପରି , 
ଜହ୍ନ ରେ ଥିବା କଳଙ୍କ ଟିକକ ପରି , 

କିନ୍ତୁ ମୁଁ କିଛି କ୍ଷଣ ଆଉ ବଞ୍ଚିବାକୁ ଚାହେଁ ,
ପଲିଥିନ ଜରି ରେ ଲାଗିରହିଥିବା ଶେଷ ବର୍ଷା ବିନ୍ଦୁ ପରି , 
ପଦ୍ମ ପତ୍ର ରେ ଦୋଳାୟମାନ କାକର ଥୋପା ପରି ,
ବିସର୍ଜନ ରେ ଶେଷ ମନ୍ତ୍ର ବେଳେ ଆଖିରେ ଜକେଇ ଆସୁଥିବା ଲୁହ ପରି , 
ଅଧା ଦେଖା ସ୍ଵପ୍ନକୁ ବାରମ୍ବାର ଅନୁମାନ କରୁଥିବା ଭାବନା ପରି ,
ଅନୁମତି ର ଅପେକ୍ଷା ରେ ଛାତି ର ବଢୁଥିବା ସ୍ପନ୍ଦନ ପରି , 
ଶେଷ ନିଶ୍ୱାସ କ୍ଷୀଣ ହେବା ବେଳେ ଆଉ କିଛି ସମୟ ବଞ୍ଚିବା ଆଶା ର ବିଶ୍ୱାସ ପରି ।

Comments

  1. Tame ta sabu bele kamal kara aau .. Madi chala sanga 🐈👻💃

    ReplyDelete
  2. Kahaku dedicate karuchu .. kaha prema re padichu 🙈

    ReplyDelete

Post a Comment