ପ୍ରଶ୍ନ କରନା ତୁମେ କିଏ


Picture Credit: Abstract Scriber

ଜାଣିଛ ନା, 
ଚାନ୍ଦ ମୋର କେତେ ପସନ୍ଦ 
ହେଲେ ମୁଁ ଚାନ୍ଦ କୁ ପରିହାସ କରି ତୁମ ପାଇଁ କବିତା ଲେଖେ
ନା ଚାନ୍ଦ ରାଗେନା, 
ସେ ଜାଣେ ସୁଦୂର ସମୁଦ୍ର ସହ ମିଳନ ସବୁ ନଦୀ ର ସ୍ବପ୍ନ। 

ସେ ପାହାନ୍ତି ଗଙ୍ଗଶିଉଳି,
ସମସ୍ତେ ସେ ରକ୍ତ ଗୋଲାପ କୁ ଭଲ ପାଆନ୍ତି
ବୋଧ ହୁଏ ତୁମେ ଭି ।
କର୍ତ୍ତବ୍ୟ ରେ ବନ୍ଧା ହୋଇ 
ମୁଁ ତୁମ ବିନା ବାସ ରାତି ର ଶେଯ ରେ ସଜେଇ ହେବାକୁ ଚାହେଁନି ,
ସବୁ ପାହାନ୍ତି ରେ ମୁଁ ତୁମ ପାଇଁ ଅବା ତୁମ ବିନା ଝଡିବାର ଅଭିଳାଷ ମୋର ।

ପାହାଡ଼ ର ଦକ୍ଷିଣା ପବନ,
ଓଃ ତା ସ୍ପର୍ଶ ରେ ମୋର ପୁରା ଶରୀର କମ୍ପି ଉଠେ
ଚଞ୍ଚଳ ହେଇ ପଡ଼େ ମନ ଉଡ଼ିଯାଏ ସେ ପକ୍ଷୀ ମାନଙ୍କର କାକଳି ରେ
କିନ୍ତୁ ମୁଁ ପ୍ରତିଧ୍ଵନି ରେ ତୁମ କଥା ଜଣାଏ  
ମୁଁ ଆପତ୍ତି କରେ ,
ବିଞ୍ଚି ହେଇ ପଡୁଥିବା ସୂର୍ଯ୍ୟାଲୋକ, କଦମ୍ବ ଫୁଲ ର ମହକ 
ତୁମ ଆଗରେ କେତେ ଅଲୋଡ଼ା । 

ସବୁ ତୁମେ ଅବା ତୁମ ପାଇଁ, 
ପଦେ କବିତା ପଢ଼ିଲେ ବି ତୁମ କଥା ମନେ ପଡେ 
ପଦେ କବିତା ଲେଖିଲେ ବି ତୁମ କଥା ଭାବେ 
ନା ତୁମେ ଅଜଣା ନୁହେଁ ,
ଯିଏ ମୋତେ ଚିହ୍ନେ ସେ ତୁମକୁ ବି ଚିହ୍ନେ 
ଅଗଣା ରେ ବାସୁ ଥିବା ମଲ୍ଲୀ କଢ
ତକିଆ ତଳେ ସାଇତା ସେ ଅଧା ପଢ଼ା ଉପନ୍ୟାସ
ବହି ଥାକ ରେ ତୁମ କଥା ଭାବି ଆଣିଥିବା ଘାସ ଫୁଲ
ଖାତା ର ଶେଷ ଫର୍ଦ୍ଦ ରେ ଗାରେଇ ହେଇ ଥିବା ଲେଖା 
ରଙ୍ଗ ରେ ବୁଡି ଥିବା କାନଭାସ ରେ ଅଙ୍କା ପ୍ରେମୀ ଯୁଗଳ ଙ୍କ ଚିତ୍ର
ମୋ ପସନ୍ଦ ର ଚାବି ପେନ୍ଥା ରେ କଉଡ଼ି ର ଶବ୍ଦ 
ମୋ ନାପସନ୍ଦ ଶାଢ଼ୀ ର ଶାଢ଼ୀ ଧଡ଼ି
ଆଇନା ରେ ମୋ ଅସଜଡା ହସ
ଆଉ ତୁମ ପସନ୍ଦ ର ମୁଁ । 
ସବୁ ତୁମେ ଅବା ତୁମ ପାଇଁ ।

Comments

  1. Waah😌
    ଅତି ସୁନ୍ଦର😇
    Proud of u writer 😎

    ReplyDelete
  2. Bahut sundar😍😍😍

    ReplyDelete
  3. Superb putuli keep it up 🙂🙂🙂🙂

    ReplyDelete
  4. Kudos to you for this masterpiece 👌

    ReplyDelete
  5. Hello Shakespeare!
    Keep Writing and wins our heart through your writing.. 🌻🥳💕

    ReplyDelete
  6. I'm jealous of your boyfriend . He is too lucky.
    I know it doesn't matter now .. Still I am in Love with you and your words.

    ReplyDelete
  7. I love you write

    ReplyDelete
  8. I was immediately drawn to this piece. beautiful

    ReplyDelete

Post a Comment

Popular posts from this blog

Mahakumbh Mela 2025 : What is it and How it is celebrated ?

Not just a Phase

India Budget 2025: Key Highlights, Impact, and Future Outlook