ଯୌନ ନିର୍ଯ୍ଯାସିତ , ଯୌତୁକ ବନ୍ଦୀ , ବଳାତ୍କାରର ଶିକାର , ଅବହେଳିତ ନିଃସହାୟ ନାରୀ ଉପଲକ୍ଷ୍ୟରେ କିଛି ସୁପ୍ରତିଷ୍ଠିତ ସୁନାମଧନ୍ୟ
ବ୍ୟକ୍ତି ଏବଂ କିଛି ଅର୍ଦ୍ଧବସ୍ତ୍ରା ଓ ଅତ୍ୟାଧୁନିକ ନଗ୍ନ ନାରୀ ଶାସନ ଅନୁଶାସନ ରେ ନାରୀର ଅଧିକାର ପାଇଁ ନ୍ୟାୟର ଚର୍ଚ୍ଚାରେ ବ୍ୟସ୍ତ ।
ସୃଷ୍ଟିର କମନୀୟ ସୃଷ୍ଟିର ଅପରୂପ ଅପ୍ସରୀ ନାରୀ । ରୂପସମ୍ଭାର ପରିକଳ୍ପନାକୁ କେତେଟି ଶବ୍ଦରେ ଆବଦ୍ଧ କରି ବର୍ଣ୍ଣନା କରିବା ବୃଥା । ସ୍ତ୍ରୀର ସୌନ୍ଦର୍ଯ୍ୟ , ଯୌବନ , କର୍ମ ଓ କାୟା କୁ କେତେ କବି କେତେ କାବ୍ୟର ମୂଳଦୂଆ କରି ଗଢିତୋଳିବାକୁ ପ୍ରୟାସ କରିଛନ୍ତି ହେଲେ ବାସ୍ତବିକତାକୁ ବାଦ୍ ଦେଇ । ସମସ୍ତେ ଯୌବନର ଯଥାର୍ଥ ସମାଲୋଚନା କଲା ବେଳେ ସ୍ତ୍ରୀ ର ଶରୀରର ଶ୍ରୀମଣ୍ଡିତ ରୂପ ପାଇଁ ପୁରୁଷର ଲାଳସା ବ୍ୟକ୍ତ କରିଛନ୍ତି । ନିଜ କାମନା ପାଇଁ କିପରି ଭାବେ ସଂସ୍କାର ଓ ସମାଜ ର ଅନୀତି ଅନ୍ୟାୟ କୁ ଆଖିଠାର ଦେଇ ସ୍ତ୍ରୀକୁ ସମର୍ପି ଦେବାକୁ ବାଧ୍ୟ କରନ୍ତି ତା ମଧ୍ୟ ବ୍ୟକ୍ତ କରିଛନ୍ତି । ବୋଧହୁଏ ଅଦୃଶ୍ୟ ଓଷୁମ ଶେଯର ଆଖି କୋଣରେ ଜକେଇ ଆସୁଥିବା ଲୁହର ସ୍ରୋତ , ସୁଷମାର ଅବ୍ୟକ୍ତ ପୀଡା ଓ ରାକ୍ଷସରୂପୀ ନରର ଦତ୍ତ ଯନ୍ତ୍ରଣା କୁ ବିଚାର କରିବାକୁ ଭୁଲିଯାଆନ୍ତି ।
ବିକଶିତ କନ୍ୟା ଭ୍ରୁଣ ଭାର ସମ୍ଭାଳିବାକୁ ଅସମର୍ଥ ସମାଜ ପୌରୁଷ ର ପୌରୁଷିକତା ର ପ୍ରମାଣ ପାଇଁ ଆଜି ବି ସୁନ୍ଦର ଯୁବତୀ ନାରୀକୁ ଖିନ୍ ଭିନ୍ କରୁଛନ୍ତି । ସ୍ବାଭାବିକ ଭାବେ ସମାଜର ଅତି ଘୃଣ୍ୟ କୋଠରୀ କୁ ଟଙ୍କା ଦେଇ କିଛି ପୁରୁଷ ହିଁ ସଜାଡିବାରେ ବ୍ୟସ୍ତ ହେଲେ ସମାଜ ପୌରୁଷର ପୌରୁଷିକତା କୁ ସମ୍ମାନ କଲାବେଳେ ନତମସ୍ତକ ଅସହାୟ ସ୍ତ୍ରୀ କୁ ବେଶ୍ୟା ଢଙ୍ଗରେ ଚିହ୍ନା କରେଇଦିଅନ୍ତି । କଳୁଷିତ କଳଙ୍କିତ କାୟାକୁ ମୂକ ଅନ୍ଧ ବଧିର ମାନେ ବାରି ପକାନ୍ତି ହେଲେ କୂର୍ତା ପିନ୍ଧା ପୁରୁଷର ମଦର ଗନ୍ଧ ବାରିପାରନ୍ତି ନାହିଁ କି ମୁଁ ପୁରୁଷ ବୋଲି ପ୍ରମାଣ କରିଆସିଛି ର ଗର୍ବ ଅନୁଭବ କୁ ଲକ୍ଷ୍ୟ କରିପାରନ୍ତି ନାହିଁ ।
ଦୁଇ କୂଳ କୁ ହିତା ଦୁହିତା , ପାଦରେ ପାଉଁଜି ପିନ୍ଧେଇବା ଆଳ କରି ନିଜ ଅନିଚ୍ଛାରେ ବଞ୍ଚିବାର ସିଙ୍କୁଳି ବାନ୍ଧିବା ନିଜ ସଂସ୍କାରୀ ସାମାଜିକ ପରିବାରରୁ ଆରମ୍ଭ ହୁଏ । ବିବାହ ବନ୍ଧନରେ ଆବଦ୍ଧ ନାରୀ ନିଜ ମାଧୁର୍ଯ୍ୟମୟ ଜୀବନ ପାଇଁ ନିଜ ଚରିତ୍ରକୁ ପ୍ରମାଣ କରିଚାଲେ ଓ ନିଜେ ପବିତ୍ର ବୋଲି ଚିତ୍କାର କରି କହିବାକୁ ପ୍ରୟାସ କରେ । ଶେଷ ସୁଦ୍ଧା ନିଜର ଜଳାଞ୍ଜଳି ଦେଇ ସେ ଶାନ୍ତ ଓ ସ୍ନିଗ୍ଧା । ପିତ୍ତଳ ଅବତାରୀ ପୁରୁଷ ପରକାୟା ପ୍ରୀତି , ବିବାହିତା ପତ୍ନୀର ବଳାତ୍କାର, କନ୍ୟା ଭ୍ରୁଣ ହତ୍ୟା ପରେ ବି ପବିତ୍ର ଓ ଗରିୟସୀ । ସମାଜର ପ୍ରତିଷ୍ଠାତା ଅବତାରୀ ଭଗବାନ୍ ମାନେ ଅସହାୟ ଅସ୍ପୃଶ୍ଯ ଦୀନ ନାରୀ ବଳାତ୍କାର , ନିଯ୍ୟାତିତ ହେଲା ବେଳେ ଜାତି ଗୋତ୍ରର ହିସାବ ରଖନାହାନ୍ତି କିମ୍ବା ପୁରୁଷର ଉଦ୍ଦେଶ୍ୟ ପଚାରିନାହାନ୍ତି ହେଲେ ଅଜାତି ସଂସ୍କାରୀ ବୋହୂ କୁ ସ୍ବୀକାର କରିବାକୁ ଅବାଧ୍ୟ , ବେଶ୍ୟା ମାନେ ଅସ୍ପୃଶ୍ଯ ଓ କଳଙ୍କିତ ।
ପ୍ରତିଦିନ ଅନ୍ଧାର ଗଳି ରାସ୍ତାକୁ ଭୟ କରୁଥିବା ଏକାକୀ ଝିଅ , ସାର ଙ୍କ ପାଖରେ ବସି ଡ୍ରଇଁ କରୁଥିବା ଛାତ୍ରୀ , ସ୍ବାବଲମ୍ବୀ ସ୍ବାଭିମାନୀ ଶାଢୀ ପିନ୍ଧା ଯୁବତୀ ଆଜି ବି ନିଜ ଦେହରେ କିଛି ଅକୁହା ଅସ୍ପଷ୍ଟ ସ୍ପର୍ଶ ଅନୁଭବ କରୁଛନ୍ତି । ଆଜି ବି ଧନଧାନ୍ୟରେ ଭରପୁର ଉଚ୍ଚ କୋଠା ଭିତରେ ନବ ବିବାହିତା ସ୍ତ୍ରୀ ମାନେ ଯୌତୁକ ଯୂଇ ରେ ଜଳି ଯାଉଛନ୍ତି । ଆଜ ବି କୋଚିଙ୍ଗ୍ ସେଣ୍ଟର ରେ ସୁନାମଧନ୍ୟ ଶିକ୍ଷକ ମାନେ ଛାତ୍ରୀର ପାଖରେ ବସି ପଢାଇବା ଆଳରେ ତାଙ୍କୁ ଅସ୍ତବ୍ଯସ୍ତ କରିପକାଉଛନ୍ତି । ଆଜି ବି ସୁପ୍ରତିଷ୍ଠିତ ନେତା ରାଜନେତା ଅଭିନେତା ମାନେ ସଫଳତାର ଏସାତେସା ଗପ ଶୁଣେଇ ତାଙ୍କ ଯୌନ ଲାଳସା କୁ ସଂପୂର୍ଣ୍ଣ କରୁଛନ୍ତି । ଆଜି ବି ବିବେକକୁ ଅଣଦେଖା କରି ପ୍ରେମ ସମ୍ପର୍କକୁ ଦ୍ବାହି ଦେଇ ରକ୍ତପିପାସୁ ନରରୂପୀ ରାକ୍ଷସ ପ୍ରେମିକ ନିଜ ପ୍ରେମିକାକୁ ବିବାହର ସ୍ବପ୍ନ ଦେଖାଇ ସର୍ବସ୍ଵ ଲୁଟି ନେଉଛି ।
ସ୍ଵାଧୀନତାର ଅନେକ ସ୍ଲୋଗାନ୍ , ଗଣତନ୍ତ୍ରର ଗାଥା , ଆଉ ସଫଳ ସାମାଜିକ ରାଜନୀତିର ଅନେକ ମୁହୁର୍ତ୍ତ ପରେ ମଧ୍ୟ ପ୍ରତ୍ୟେକ ନାରୀ ଆଜି ଅନୁଶାସନର ଗୋଲାମ ଓ ଅନୁଦାନରେ ମନ୍ଦିରରେ ପୂଜା ପାଉଥିବା ଦେବୀଙ୍କ ଏକ ଜିଅନ୍ତା ଦଗ୍ଧ ପ୍ରତିରୂପ ।
" ଭାରତୀୟ ମାନେ ସ୍ବାଧୀନ " କଥାରେ କେତେ ସତ୍ୟତା କେତେ ମିଥ୍ୟତା ର ସମାଲୋଚନା କୁ ବାଦ୍ ଦିଆଯାଉ ।
ପ୍ରତ୍ୟେକ ଗୃହର ଗୃହିଣୀ , ସ୍ଵାଭିମାନୀ ଯୁବତୀ , କର୍ମଣୀ ମହିଳା , କିଶୋରୀ କନ୍ୟା ଏବଂ ନବ ବିବାହିତା ଗରିବ ବୋହୂ , ଅନିଚ୍ଛା ରେ ବିବାହିତା ନାରୀ ସ୍ବାଧୀନ ।
ନାରୀ ପାଖରେ ସ୍ବାଧୀନ ଶବ୍ଦଟା ଟିକେ ଅଖାଡୁଆ ଲାଗୁନି ?
Wow Aparna👏👏👏 your writings are becoming honest,true and more relatable day by day🖤
ReplyDeleteReally loved the way you write down everybody's feelings expressed with certain words🖤
ସମ୍ପୂର୍ଣ ଠିକ ନହେଲେ ବି ସମ୍ପୂର୍ଣ ଭୁଲ ମଧ୍ୟ ନୁହ୍ନେ। ୨୦୨୦ ମସିହାରେ ନାରୀମାନଙ୍କ ପ୍ରକୋପରୁ ରକ୍ଷା ପାଇବାକୁ ପୁରୁଷ କମିଶନ ର ଆବଶ୍ୟକତା ରହିଛି।
ReplyDeleteସେ ମଧ୍ୟ ଠିକ୍,କିଛି ନାରୀ ଦୁର୍ବଳତାର ଫାଇଦା ନେଇ ପୁରୁଷ ମାନଙ୍କୁ ବିଭିନ୍ନ ସ୍ତରକୁ ଆସିବାକୁ ବାଧ୍ୟ କରୁଛନ୍ତି ।
Deleteକିନ୍ତୁ ଏହାର ନଜିର ନାରୀ ଶୋଷଣ ଆଗରେ ଅପେକ୍ଷାକୃତ କମ୍ ।