ସ୍ବପ୍ନ

Pinterest


ସ୍ବପ୍ନ ?

ଦିନ ସ୍ବପ୍ନ , ରାତି ସ୍ବପ୍ନ, ଖରା ବେଳିଆ ପଖାଳ ଖାଇ ସ୍ବପ୍ନ ଆଉ ବୋଉ କୋଳ ରେ ଆଉଜି ପଡ଼ିଲେ ଭି ସ୍ବପ୍ନ। ହେଲେ ଆଜି କାଲି ଟିକେ ସ୍ୱପ୍ନ ମହଙ୍ଗା ହେଇଗଲାଣି, instagram ରୁ ଫୁରସତ ମିଳୁନି ତ ସେଥି ପାଇଁ ମ। କିନ୍ତୁ ସ୍ବପ୍ନ ବିନା ସକାଳ ହୁଏନି, ଭାତ ହଜମ ହୁଏନି କି ଘୁଙ୍ଗୁଡ଼ି ମାରି ନିଦ ଗୋଟେ ହୁଏନି। Instagram ଚର୍ଚ୍ଚା ଆଉ କେବେ ଆମେ ସ୍ବପ୍ନ ପାଖରେ ଥିଲେ ।

5 ରେ ପଙ୍ଖା ବୁଲୁଥିଲେ ଭି AC ଟେ ଥାଆନ୍ତା କି, ମଶା ଟିକେ କମ୍ ହୁଅନ୍ତା କି, କିଏ ଟିକେ ଗୋଡ଼ ମୋଡ଼ି ଦିଅନ୍ତା କି । ବିରିୟାନି ବେଳେ ପଖାଳ କଂସା ର ପ୍ରଶଂସା ଆଉ ଘାଣ୍ଟ ବେଳେ mix Veg ଟା ବେଶି ଭଲ ଲାଗେ। ଥାଳି ଚାରି କଡ଼ ରେ ଚାରି ଠା ବଢ଼ା ହେଇଛି, ହେଲେ ଆଉ କଣ ଟିକେ ହେଇଥିଲେ ଜମି ଯାଇଥାନ୍ତା। ଭାରି ଅଡ଼ୁଆ କରୁଛେ ଆମେ ଭଗବାନ ଙ୍କୁ କିନ୍ତୁ ଯାହା କୁହ।

ଆଛା ହଉ, କୁହ ବସ ରେ ଗଲା ବେଳେ ସୁନ୍ଦର ଗୋଟେ ନିଜ ପସନ୍ଦ ରଙ୍ଗ ର ଗାଡ଼ି ଦେଖିଲେ କେବେ ଲୋଭ ଲାଗିଛି? ପକେଟ୍ ୟାଡୁ ଠନ୍ ଠନ୍ ଗୋପାଳ କହୁ ଥାଉ। ହେଲେ ଗାଡ଼ି ର ମଡେଲ, ରଙ୍ଗ ସବୁ ମୁଣ୍ଡ ରେ set। ସେ କଣ ସ୍ବପ୍ନ ରେ ଯିବ? ନା ୟାକୁ ଆଶା କରୁଛେ ବୋଲି କୁହା ହେବ?

ଆଉ ଏକୁଟିଆ ଅଫିସ୍ ରୁ ଫେରିଲା ବେଳେ, ହାତ ଛନ୍ଦି icecream ଖାଉଥିବା ପ୍ରେମୀ ଯୁଗଳ କୁ ଦେଖି ମନ ଖୁସି ହେଇଛି? Domino's ବାହାରେ କୋଡ଼ିଏ ଟଙ୍କା ର ବରା ପିୟାଜି ଖାଇକି, ଶସ୍ତା ରେ ପେଟ ପୁରିଗଲା ବୋଲି ଖୁସି ହେଇଛି?
କେବେ ଭାବିଛ କି କାସ୍ ତୁମ ପାଖରେ କିଏ ଥାଆନ୍ତା କି ? ତୁମେ ମନ ଖୁସି ପାଇଁ ପଇସା ଖର୍ଚ୍ଚ କରିପାରିଥାନ୍ତ କି? ଏବେ ୟେ ସ୍ବପ୍ନ ନା ନାହିଁ? ନା ଅଯଥା ଆଶା?

ପୁଣି କେବେ ଜଣେ ବୁଢ଼ୀ ମଣିଷ ଆସି କିଛି ମାଗିଦେଲେ ମନ ଖୋଲି ଦେବାକୁ ଇଚ୍ଛା ଥିଲେ ଭି ପକେଟ୍ ଖାଲି, ସ୍ବପ୍ନ ଦେଖିଛ କେବେ? ଜଣ ଙ୍କୁ ମନ ଖୋଲି ଦେବାର ସ୍ଵାଧୀନତା ପାଇଁ? ଟ୍ରାଫିକ ଛକ ରେ ଲଙ୍ଗଳା କୁନି ଝିଅ ଟେ ଦେଖିଲେ ଦି ହଳ ଡ୍ରେସ କିଣି ଦେବାକୁ ମନ ହେଇନି? ଏଇଟା ଅଧିକା ଆଶା କରୁଛୁ ନା ମୁଣ୍ଡ ରୁ ଅଧିକା ସ୍ଵପ୍ନ ଦେଖୁଛୁ?

ନନା ଙ୍କର ଟିକେ branded ଜିନିଷ ପସନ୍ଦ ଆଉ ବୋଉ ର ଭଲ ଟିକେ ଖାଇବା ବୁଲିବା। ଆମେ middle class ମଣିଷ ଭାବେ, କେବେ ଗୁଡେ ପଇସା ରଖିଲେ ନନା ବୋଉ ଙ୍କୁ ଟିକେ ଖୁସି ରେ ବୁଲେଇ ଦବୁ। ଏଇଟା ତାର ବଡ଼ ଆଶା ନା ଛୋଟ ସ୍ଵପ୍ନ ?

ନିଜେ ସରକାରୀ ରେ ପଢ଼ିଛୁ ତ ସାନ ଭାଇ ଭଉଣୀ ଙ୍କୁ ବେସରକାରୀ ରେ ପଢ଼େଇବା ର ଇଚ୍ଛା। କାଳେ ଆମେ ଯାହା ଭୋଗିଲୁ ସେମାନେ ଭୋଗିବେନି। ଏଇଟା କଣ ବଡ଼ ସ୍ଵପ୍ନ ନା ଅଯଥା ଆଶା ନା ସାମାନ୍ୟ ଇଚ୍ଛା ?

ନନା ବୋଉ ଙ୍କର ମନ ଥିଲା ଅମୁକ ରଙ୍ଗ ର କୋଠା, ପାଞ୍ଚ ଲୋକ ଆସିକି ବସିବେ ଉଠିବେ, ଗପ ଗୋଟେ ଜମିବ। ହଁ ଛାଡ଼ ଆଜି କାଲି ପଚାଶ ଜ୍ୟୋତିଷ କହିଲେ ରଙ୍ଗ ହେବ। ହେଲେ କୋଠା? ଏଇଟା ନିଜ ସ୍ବପ୍ନ ନା ନିଜ ନନା ବୋଉ ଙ୍କ ର ଇଚ୍ଛା ? ନା ବଡ଼ ଆଶା?

ନିଜ ପାଇଁ ବଞ୍ଚିବା, ନିଜ ଲୋକଙ୍କ ପାଇଁ ବଞ୍ଚିବା, ଅନ୍ୟ ଜଣ ଙ୍କୁ ବଞ୍ଚେଇବା ଆଉ ଭଲ ରେ ବଞ୍ଚିବା ଆଶା ନା ସ୍ଵପ୍ନ? ଆଶା କଣ, ସ୍ୱପ୍ନ କଣ। ଯାହା ମନ ଯେଡେ ତା ପ୍ରଭୁ ତେଡେ। ଏବେ କୁହ ସ୍ଵପ୍ନ ମହଙ୍ଗା ନା ଆଶା କରିବା ବୃଥା ? ସ୍ଵପ୍ନ ଦେଖିବା, ଆଶା କରିବା, ଇଚ୍ଛା କରିବା , ମନ କରିବା, କିଛି ଅନ୍ତର ଅଛି ?

କିଛି ଜଣ ଏଇ ଗାଡ଼ି କୋଠା କଥା କୁ materialistic ବୋଲି କହିବେ, ଆଉ କିଛି oversmart ଲୋକ ଏବେ କହିବେ ଏସବୁ ବାସ୍ ଛୋଟ ଛୋଟ ଆଶା। ଆଉ କିଛି ସାହିତ୍ୟ ପ୍ରେମୀ କହିବେ ଏସବୁ ଆକାଂକ୍ଷା। ମୁଁ କହିରଖେ ପେଟ ରେ କାଣି ଚାଏ ଜାଗା ନ ଥିଲା ବେଳେ ବିରିୟାନି ଥାଳି ଟା ଆଶା, fan ରେ ଗୋଡ଼ ଉପରେ ଗୋଡ଼ ଥୋଇକି AC ta ଆଶା ।

ସ୍ୱପ୍ନ ଆମ ଅକ୍ତିଆର ରେ ନଥାଏ, ଆମ ମୁଣ୍ଡ ରୁ ବହୁତ୍ ଉପରେ। କିଛି ଜଣ ପହଞ୍ଚି ଯାଆନ୍ତି ସତ ହେଲେ ସହଜ ନୁହେଁ। ଆଉ ଆଶା ଆମ ବଞ୍ଚିବାର ଶୈଳୀ। କିଛି ମୁହୂର୍ତ୍ତ ଆଉ ଟିକେ ଅଧିକା ଖୁସି ହେବାର ଇଚ୍ଛା। ଏସବୁ ବାସ୍ ସାହିତ୍ୟ ର ଶବ୍ଦ। କୋଉଟା କାହାର ସ୍ବପ୍ନ, କୋଉଟା କାହା ପାଇଁ ଆଶା , କୋଉଟା ଛୋଟ, ବଡ଼, କୋଉଟା ଆକାଂକ୍ଷା ଆଉ ଇଚ୍ଛା, ଏସବୁ ବାସ୍ ମଣିଷ ମନ ଜାଣେ। ଆଉ ମନ ଶବ୍ଦ ବୁଝେନି ।

ବାବୁ ସ୍ବପ୍ନ ତ ବାସ୍ ସ୍ବପ୍ନ ... ଏତେ ସବୁ ଆସୁଛି କୋଉଠୁ? ଠିକ୍ ତ ?

ସେ ବିରିୟାନୀ ର ହଉ କି କୋଠା ର। ସ୍ବପ୍ନ ମଣିଷ କୁ ବଞ୍ଚିବା ଶିଖାଏ। ଆଉ ବଞ୍ଚିବା ପାଇଁ ସ୍ବପ୍ନ କୁ ସତ କରିବାର ଆଶା ଯଥେଷ୍ଟ।

ନମସ୍କାର। ଆପଣ ଙ୍କର ମତାମତ ଅପେକ୍ଷା ରେ।

Comments

Popular posts from this blog

"How you treat your breakfast is how you treat your life."

India Budget 2025: Key Highlights, Impact, and Future Outlook

Who are the Indigenous or tribal people of India?