ତୁମେ ଆସିବ ତ?

Credit: Pinterest

ଏଇ ଶୁଣ,
ତୁମେ ଟିକେ ବେଶୀ ସମୟ ନେଇ ଆସିବ ଏଥର,
ମୁଁ ତୁମ ସହିତ କିଛି ବାଣ୍ଟି ବାକୁ ଚାହେଁ,
: କିଛି ? ହଁ କିଛି ସ୍ବପ୍ନ ଦେଖିଛି ମୁଁ।
ତୁମ ସହ ଗୋଟେ ଶୀତ ଋତୁ ବିତେଇବା ପାଇଁ,
ତୁମ ଦେହ ର ବାସ୍ନା ରେ
ମୋ ଫିକା ନୀଳ ରଙ୍ଗର ର ଶାଢ଼ୀ
ଟିକେ ମିଠା ବାସ୍ନା ରେ ମହକି ଯିବ,
କେହି ଯଦି ମତେ ପ୍ରଶ୍ନ କରିବେ,
କି ବାସ୍ନା ୟେ,
ମୁଁ ତୁମ ନାଁ ନେଇ ଉତ୍ତର ଦେବି।
ଚଳିବ ତ?
ହଁ ମୁଁ ଜାଣିଛି,
ତୁମକୁ ଟିକେ ବେଶି ଥଣ୍ଡା ଲାଗେ,
ମୁଁ ତୁମକୁ ଟିକେ ଯୋରେ ଜାବୁଡ଼ି ରଖିବି,
ଆମ ଭିତରେ ଦୂରତା ନଥିବ,
ତୁମ ହାଥ ର ସ୍ପର୍ଶ ରେ
ମୋ ଅନିଶ୍ଚିତ ଦିନ ମାନେ ଶାନ୍ତ ହେଇଯିବେ ।
ତୁମ ଠୁ ଦୂରେଇ ରହିବାର ଭୟ ସବୁ
ଆଶ୍ରୟ ଖୋଜିନେବେ ତୁମ ଆଉ ମୋ ଭିତରେ।
ତୁମେ, ମୁଁ, ଆଉ ବାସ୍ ଦି କପ୍ ଚା।
ଚଳିବ ତ ?
ଥଣ୍ଡା ପବନ ରେ,
ଫୁଲ ପକା କମ୍ବଳ ଭିତରେ ତୁମେ ଆଉ ମୁଁ,
ଆଖି ରେ ଆଖି ମିଶେଇ ଶୋଇବା,
ତୁମେ ସେ ସବୁ କହିବ,
ଯାହା କେବେ କାହାକୁ କହିନ,
ମୁଁ ସେ ସବୁ କଥା ଶୁଣିବାକୁ ଚାହେଁ ।
ସେ ପ୍ରେମ ର ସ୍ମୃତି ହେଉ
ଅବା ପ୍ରତାରଣା ର କାହାଣୀ,
ତୁମ ସଫଳତା ର ବ୍ୟାଖ୍ୟା ହେଉ
କି ବିଫଳତା ର କାହାଣୀ,
ମୁଁ ସେ ସବୁ ବିତି ଯାଇଥିବା ମୁହୂର୍ତ୍ତ କୁ ଅନୁଭବ କରିବାକୁ ଚାହେଁ,
ତୁମକୁ ଆଉ ଟିକେ ଅଧିକା ବୁଝିବାକୁ ଚାହେଁ।
ମୁଁ ଜଣେ ପାଠକ ଭଳି
ପ୍ରତିଟି ଲାଇନ୍ ଉପରେ ଆଙ୍ଗୁଠି ରଖି,
ତୁମକୁ ଗୋଟେ କବିତା ସଜେଇ
ନିଜ ପାଖରେ ସାଇତି ରଖିବି।
ବେଶି ନୁହେଁ, ବାସ ପଚାଶ ଷାଠିଏ ବର୍ଷ ମୋ ପାଖେ ରହିପାରିବ ତ?
ନା, ମୋର ବେଶୀ କିଛି ବଡ଼ ସ୍ବପ୍ନ ନାହିଁ,
ମୋର ଗୋଟେ ରାତି ଦରକାର।
ଜହ୍ନ ଆଲୁଅ ଅନ୍ଧାର ରାତି ରେ,
ନିଆଁ ପାଖରେ ବସି ତୁମ ହାତ ରେ ହାତ ରଖି,
ମୁଁ ତୁମ ଉପରେ ଆଉଜି ହେଇ ଶୋଇବାକୁ ଚାହେଁ।
ନୀରବ, ନିଶବ୍ଦ, ବାସ୍ ତୁମେ ଆଉ ମୁଁ ।
ଶୁଣ, ହଁ ତୁମ ପୁରୁଣା ପ୍ରେମିକା କୁ ମୁଁ ଟିକେ ଈର୍ଷା କରେ,
ସତ କହୁଛି, ବାସ୍ ଟିକେ ।
ମୁଁ ତୁମକୁ ବଦଳାଇବାକୁ ଚାହେଁନି,
ମୁଁ ବିଶ୍ବାସ କରେ, ତୁମେ ମୋର,
ବାସ୍ ଏଇ ଶୀତ ପରେ ଆଉ ବଦଳି ଯିବନି।
ମୋର ବସନ୍ତ ଋତୁ ପାଈଁ ବି କିଛି ସ୍ବପ୍ନ ଅଛି।
ମୋ ପାଖେ ରହିବ ତ?
ହେଲେ କଥା ଦିଅ,
ତୁମେ ଏଥର ଟିକେ ବେଶୀ ସମୟ ନେଇ ଆସିବ।
ଏଥର ମୁଁ ବାସ୍ ଶୀତ ନୁହେଁ,
କେବଳ ସ୍ବପ୍ନ ନୁହେଁ,
କିଛି ଋତୁ, ମାସ , ବର୍ଷ, ନୁହେଁ ,
ନିଜକୁ ମଧ୍ୟ ତୁମ ସହ ବାଣ୍ଟି ଦେବାକୁ ଚାହେଁ।
ତୁମେ ଆସିବ ତ?
-Aparnaa

Comments

Popular posts from this blog

"How you treat your breakfast is how you treat your life."

Who are the Indigenous or tribal people of India?

India Budget 2025: Key Highlights, Impact, and Future Outlook