ବିଶ୍ୱ ମାତୃ ଦିବସର ଶୁଭେଚ୍ଛା

ସବୁ ବିଷୟରେ ଲେଖିବା କେତେ ସହଜ , ହେଲେ ମାଆ ମାନଙ୍କ ବିଷୟରେ କିଛି ଲେଖିବା ପାଇଁ ମୁଁ ବହୁତ ଚେଷ୍ଟା କଲେ ବି ଲେଖିପାରେନି| ଯେତେ ଲେଖିଲେ କିଛି ନା କିଛି ରହିଯାଏ | ଆଜି ବି କିଛି ଲେଖିଛି ଆଉ ବହୁତ କିଛି ରହିଯାଇଛି।
ନିଜକୁ ବହୁତ ସାଧାରଣ ବୋଲି ଭାବୁଥିବା ମଣିଷ ଯେ ଏତେ ବଡ ପରିବାର କୁ ବାନ୍ଧି ରଖିଛି , ଘର କୁ ଘର କରି ରଖିଛି , ସାଧାରଣ ମାଟି କୁ ସୁନା କରିଦେଇଛି। ବିନା କିଛି ସର୍ତ୍ତ ରେ ନିଜର ଅସ୍ତିତ୍ବ୍ୟ କୁ ଜଳାଞ୍ଜଳି ଦେଇଦିଏ, ଝିଅ ବେଳେ ମୁହଁ ଫୁଲଉଥିବା ଗେଲ୍ଲୀ ମାନେ କେମିତି କେଜାଣି ଏତେ ଶକ୍ତ ହେଇଯାନ୍ତି | ସମୟ ନିହାତି ଭାବେ କିଛି ମାତ୍ରା ରେ ଦାୟୀ କିନ୍ତୁ ସ୍ତ୍ରୀ ମାନେ ହିଁ ଏମିତି । ଏମିତି ବହୁତ କିଛି ଘଟଣା ଯାହା ଉପରେ ଲେଖିଲେ ବୋଧେ ଉପନ୍ୟାସ ହେଇଯିବ | ଏତେ ଧୈର୍ୟ , ଶାନ୍ତ, ସରଳ ହେଇକି ବି ମା ସମସ୍ତଙ୍କୁ ଚଳେଇ ଜାଣେ, ସତରେ ଭଗବାନ ବହୁତ ଫୁରସତ ରେ ମା ମନ କୁ ତିଆରି କରିଛନ୍ତି |
କଥା କଥା ରେ କିଛି ଜଣ ନିଜର ଗୁଣ ଗାନ କରିବାରେ ପାରଙ୍ଗମ। ବହୁତ ସୁନ୍ଦର ଭାବରେ କଥା କୁ ଲଥା କରି ଲମ୍ବା ଉପନ୍ୟାସ ଟିଏ ଲେଖି ଦିଅନ୍ତି। ନିଜ ବିଷୟରେ, ନିଜ ପସନ୍ଦ ର ଲୋକଙ୍କ ବିଷୟରେ। କିନ୍ତୁ କଥା ଯଦି ଆଉ କାହା ଉପରକୁ ଆସେ କି ନିଜ ଘର ର ସ୍ତ୍ରୀ ଲୋକଙ୍କ ଉପର କୁ କଥା ଆସେ " ହଁ ମ ସେ ସେଥିରେ ବଡ଼ କଥା କଣ, ଏତିକି ତ ସମସ୍ତଙ୍କୁ ଜଣା । ଘର ହିଁ ତ ସମ୍ଭାଳିବାର ଅଛି"
ଆଉ ଏଇ ପରିପ୍ରେକ୍ଷୀରେ ରେ ଭାରତୀୟ ପୁରୁଷ ପାରଙ୍ଗମ। ଅଳ୍ପ ବହୁତେ ଆମେ ସମସ୍ତେ ଅବଗତ। ସ୍ବାମୀ ମାନେ ନିଜ ସ୍ତ୍ରୀ ଙ୍କୁ ପ୍ରଶ୍ନ କରନ୍ତି, କିଛି ବହୁତ କଷ୍ଟ କରୁଥିବା ଚାକିରିଆ ଛୁଆ ମାନେ ମା ମାନଙ୍କୁ ପ୍ରଶ୍ନ କରନ୍ତି, ପୁରା ଦିନ କରୁଛ କଣ, ଦି ବଖରା ଘର ସମ୍ଭାଳିବା ବଡ଼ କଥା କଣ, ଏଇଟା କାହିଁକି ହେଇନି, ସେଇଟା କାହିଁକି ହେଇନି। ଆଜି ତରକାରୀ ଲୁଣ ଅଧିକା କେମିତି ହେଇଗଲା, ଖାଲି ରୋଷେଇ କରିବାର ଅଛି ସେତିକି ବି ଠିକ୍ ରେ ହୋଇପାରୁନି। ଓଃ ପ୍ରଶ୍ନ ହଜାରେ।
ସେମିତି ବହୁତ ଜଣାଶୁଣା ଶବ୍ଦ ଭିତରେ' Housewife' ଶବ୍ଦ ଟି ଶବ୍ଦ ଟି ଶୁଣିଲେ ମନ କୁ କଣ ଆସେ?
ଭଲ ପାଠ ହେଉନଥିଲା ବୋଧେ ଘରେ ବାହା କରିଦେଲେ।
ପ୍ରଶ୍ନ କରନ୍ତି ,
'କଣ ପଢ଼ିଛ?' ଚାକିରି କାହିଁକି କରିଲନି?'
'ଏତେ ଜଲଦି ଏସବୁ କାହିଁକି...'
ଆଉ ଅସମ୍ଭବ ପ୍ରଶ୍ନ ' ନିଜ ଇଚ୍ଛା ରେ? ଏସବୁ କଣ ତୁମର ସ୍ବପ୍ନ ଥିଲା ? ନିଜର ପରିବାର, ଘର, ଛୁଆପିଲା ... ।'
ହାହା ହେଇ ହସୁଥିବା ହସ ହସ ମୁହଁ ରୁ ହସ ଟି ଟିକେ ନରମି ଯାଏ। ତାର ପର ପ୍ରଶ୍ନ ଭି ନଥାଏ। ଦରମା କେତେ, କାମ ର pressure କେତେ, leave policy/ଛୁଟି ମିଳେ କୁ ନାହିଁ ଏସବୁ ବିଷୟରେ କିଛି ପ୍ରଶ୍ନ ନାହିଁ।
ପ୍ରଶ୍ନ ଆସିବ କେମିତି, ଯଦି ଏଇ ସବୁ ବିଲକୁଲ ହିସାବ ରେ ହି ଯାଏନି। କିନ୍ତୁ କିଛି ଜଣ ଏବେ ବି housewife' କୁ homemaker ବୋଲି କହିବା ପାଇଁ ଭି ଲାଜ କରୁଛନ୍ତି। ଆଉ କିଛି ଜଣ ମାଆ କଣ କରନ୍ତି କହିଲେ, ଉତ୍ତର କରନ୍ତି ' କିଛି ନାହିଁ, ଘରେ ରୁହନ୍ତି, ଘର କାମ କରନ୍ତି '
ତୁଚ୍ଛ ଗୋଟେ ଚାକିରି ରେ, ମାଲିକର ଗୋଡ଼ ଧରୁଥିବା ଲୋକ ମାନେ ନାରୀ ଜାତି କୁ, ମାଆ କୁ, ସ୍ତ୍ରୀ କୁ ଉପହାସ କରନ୍ତି। ଦକ୍ଷତା ଘୋଷଣା ହଉନି ବୋଲି, ନିଜର ଦଶ ଘଣ୍ଟିଆ ଚାକିରି କଷ୍ଟ ଲାଗୁଛି, ନିଜ ଉପରେ ଗର୍ବ ହଉଛି । ବାଃ ବାଃ ।
ଆଜି କାଲି ଚାକିରି କରିବା ଏତେ ବଡ଼ କଥା ହେଇଗଲାଣି ଯେ, ଯଦି କେହି ଚାକିରି ନ କରି ଘରୋଇ ସ୍ତ୍ରୀ ହେବାକୁ ଚାହୁଁଛି, ସମାଜ ତାକୁ ଆତ୍ମସମ୍ମାନ ର ଦ୍ୱାହି ଦେଇ, ଜବରଦସ୍ତି ଚାକିରୀ କରିବାକୁ ପଠେଇ ଦେଉଛନ୍ତି। ସାଧାରଣ କିଛି ପଢ଼ା ବହି, କିଛି ବିଦେଶୀ ଭାଷା, ଦେହ ଦେଖା ପୋଷାକ ଆଜି କାଲି ଶିକ୍ଷିତ ଆଉ ଆଧୁନିକତା ର ମାପ ଦଣ୍ଡ ହେଇଯାଇଛି। ମା ମାନେ ଶାଢ଼ୀ ରୁ ଡ୍ରେସ କୁ ଆସିବାକୁ ବାଧ୍ୟ ହେଲେ। ନହେଲେ ଛୁଆ ମାନେ ସାଙ୍ଗରେ କୁଆଡେ ନେଇକି ଯିବେନି। କଣ୍ଟା ଚାମଚ ରେ ଖାଇବା, selfie ଉଠେଇବା କେତେ କଣ ସବୁ ଶିଖିବାକୁ ପଡ଼ିଲା। ସେ କଥା ଆଉ କେବେ ପାଇଁ ରହିଲା।
ମା ସଙ୍ଗୀତ, ତାର ଗୁଞ୍ଜନ ଆମ ହୃଦୟ ମଧ୍ୟରେ ନିତ୍ୟ ସ୍ନିଗ୍ଧ। ମା ଶକ୍ତି, ଏକ ସମର୍ପଣ, ଏକ ପ୍ରେମ ଯାହା କେବଳ ଅନୁଭବ କରାଯାଇପାରେ। ମା, ଆମର ସ୍ୱାଭିମାନ। ମା ସ୍ତ୍ରୀ ର ଏକ ସମ୍ପୂର୍ଣ ପରିଭାଷା | ସ୍ତ୍ରୀ ର କର୍ତ୍ତବ୍ୟ, ସ୍ତ୍ରୀ ର ଦାୟିତ୍ଵ ସବୁ ଗଳ୍ପ, ଉପନ୍ୟାସ, ଗ୍ରନ୍ଥ ରେ ଲେଖା ହେଇଛି, ହେଲେ ମା ର କର୍ତବ୍ୟ, ଦାୟିତ୍ୱ ର କୌଣସି ଲିପିବଦ୍ଧ ପ୍ରଣାଳୀ ନାହିଁ | ବୋଧ ହୁଏ ସମସ୍ତ ଙ୍କର ପରିଭାଷା , ସମସ୍ତଙ୍କର ଦୃଷ୍ଟିକୋଣ ବହୁତ ଅଲଗା |
ସାହିତ୍ୟିକ ଭାଷା ରେ ସ୍ତ୍ରୀ ଦୁହିତା, ଦୁଇ କୂଳ କୁ ହିତା। ବିଜ୍ଞାନ ର ଭାଷା ରେ ସ୍ତ୍ରୀ ଜନନୀ, ସଂସାର ର ଅଭେଦ୍ୟ ସତ୍ୟ ' ମାଆ '। ପାରିବାରିକ ଭାଷା ରେ ସ୍ତ୍ରୀ ହେଉଛି ମା | ସ୍ୱୟଂ ବ୍ରହ୍ମାଣ୍ଡ। ସ୍ରଷ୍ଟା। ସଂହାରକାରି। ସବୁଜିମା। ସଂସାର। ପ୍ରତି ଝିଅ , ଭଉଣୀ ଭିତରେ ମା ର ମମତା ଅଛି, କେହି ଯଶୋଦା କେହି ଦେବକୀ , ଆଉ କିଛି କୌଶଲ୍ୟା ଆଉ କିଛି ଜଣ କୁନ୍ତୀ |
ବୃତ୍ତି, କର୍ତ୍ତବ୍ୟ ଏବଂ ଦାୟିତ୍ଵ ର ସୂକ୍ଷ୍ମ ରେଣୁ ରେ ମାଆ ର ସୃଷ୍ଟି। ଆତ୍ମଗୌରବ, ଆତ୍ମବିଶ୍ବାସ, ଆତ୍ମସମର୍ପଣ, ଆତ୍ମବିଶ୍ଳେଷଣର, ଏବଂ ଆତ୍ମଗୋପନ ର ବୃହତ୍ ମହାଜାତି ହେଉଛି ମା। ଘର ହେଉଛି ତାଙ୍କର ବ୍ୟାସ ପୀଠ, ଯେଉଁଠି ସେ ଦିନ ରାତି ସୃଷ୍ଟି କରନ୍ତି ଶାନ୍ତିର ବ୍ରହ୍ମାଣ୍ଡ

Comments

Popular posts from this blog

"How you treat your breakfast is how you treat your life."

India Budget 2025: Key Highlights, Impact, and Future Outlook

Who are the Indigenous or tribal people of India?