ତୁମକୁ, ମୋତେ, ଓ ଅସଫଳତାକୁ ସମାନ ଭାବେ

ଜଙ୍ଗଲ କାହାକୁ ଜାଣେନି,
ତୁମେ, ମୁଁ, ଆମେ ସବୁ ତା ସାମ୍ନା ରେ ସମାନ।
ତୁମେ କେତେ କଣ ହାରିକି ଆସିଛ,
କେତେ କଣ ଜିତି ଯାଇଛ,
କେତେ ଧନୀ,
କେତେ ଗରିବ ,
କିଛି ଜାଣେନି,
କି ଜାଣିବାକୁ ଚେଷ୍ଟା କରେନି
ତା’ର ପାଇଁ ସବୁ ପାଦଚିହ୍ନ ସମାନ,
ଯିଏ ବି ଡାକି ଦେଲେ ଓ କରିବ ,
କୋଳେଇ ନେବ ।
ଗଛ ପଚାରେନି,
ତୁମେ ଖୁସି ର ଗନ୍ଧ ନେଇ ଆସିଛ,
ନା ଅଭିମାନର ସୁଗନ୍ଧ।
ସେ ପତ୍ର ଝଡାଏ,
ଚଲା ରାସ୍ତା ରେ ବିଞ୍ଚି ଦିଏ ଫୁଲ,
ସମସ୍ତ ଙ୍କ ପାଇଁ ସେଇ ସମାନ ପ୍ରତିଧ୍ୱନି ରେ |
ପ୍ରେମ ଏଠି ନିଷ୍ପକ୍ଷ,
ଆଲିଙ୍ଗନ କରେ
ତୁମକୁ, ମୋତେ, ଓ ଅସଫଳତାକୁ ସମାନ ଭାବେ।

Comments

Popular posts from this blog

"How you treat your breakfast is how you treat your life."

India Budget 2025: Key Highlights, Impact, and Future Outlook

Who are the Indigenous or tribal people of India?