ସେ ମାୟାବିନୀ
ସେ ମାୟାବିନୀ,
ସେ ଜାଣେ,
କେବେ ହସିବାକୁ ହୁଏ ଫୁଲ ଭଳି,
କେବେ ଚୁପ ରହିବାକୁ ରାତି ଭଳି।
ତା’ର ଆଖିର କଜଳ ରୁ ଜନ୍ମ ନିଏ,
ଗାଢ଼ ଅନ୍ଧାର ରାତି,
ବାସର ଶେଯ ସଜାଇ,
ସେ ଅକ୍ତିଆର କରେ ପୁରୁଷତ୍ଵ କୁ,
ସେ ଜଳ ଭଳି ନିର୍ମଳ,
ତାର ନାରୀତ୍ଵ ଆଭା ପାଇଁ ସଂସାର ସାଧନା କରେ,
ସେ ଶିଳାକୁ ବି ସ୍ନେହରେ ନମାଇ ପାରେ,
ସେ ଅଠର ରାତି ଅନିଦ୍ରା କରି, ଯୁଦ୍ଧ ବି କରିପାରେ।
ସେ ଜାଣେ,
କେବେ ହସିବାକୁ ହୁଏ ଫୁଲ ଭଳି,
କେବେ ଚୁପ ରହିବାକୁ ରାତି ଭଳି।
ତା’ର ଆଖିର କଜଳ ରୁ ଜନ୍ମ ନିଏ,
ଗାଢ଼ ଅନ୍ଧାର ରାତି,
ବାସର ଶେଯ ସଜାଇ,
ସେ ଅକ୍ତିଆର କରେ ପୁରୁଷତ୍ଵ କୁ,
ସେ ଜଳ ଭଳି ନିର୍ମଳ,
ତାର ନାରୀତ୍ଵ ଆଭା ପାଇଁ ସଂସାର ସାଧନା କରେ,
ସେ ଶିଳାକୁ ବି ସ୍ନେହରେ ନମାଇ ପାରେ,
ସେ ଅଠର ରାତି ଅନିଦ୍ରା କରି, ଯୁଦ୍ଧ ବି କରିପାରେ।
ସେ ମାୟାବିନୀ,
ସେ ମାନବ ର ସୃଷ୍ଟି ନୁହେଁ,
ମନୁସତ୍ଵ ର କଳ୍ପନା ନୁହେଁ,
ସେ ଏକ ନିଜସ୍ୱ ସୃଷ୍ଟି,
ଯେଉଁଥି ନିଜ ଆଘାତରୁ ସେ ଫୁଲ ତିଆରି କରେ ,
ଆଉ ନିଜ ପାଇଁ ମାଳ ଗୁନ୍ଥି ନିଜେ ପିନ୍ଧେ।
ତା’ର ଶକ୍ତି ନିର୍ବଳତାର ର ଅକ୍ତିଆର ରୁ ଦୂର ରେ,
ତା’ର ଶାନ୍ତି ଝଡର ମଝିରେ ବଖରାଏ ଘର କରି ରୁହେ,
ସେ ମାନବ ର ସୃଷ୍ଟି ନୁହେଁ,
ମନୁସତ୍ଵ ର କଳ୍ପନା ନୁହେଁ,
ସେ ଏକ ନିଜସ୍ୱ ସୃଷ୍ଟି,
ଯେଉଁଥି ନିଜ ଆଘାତରୁ ସେ ଫୁଲ ତିଆରି କରେ ,
ଆଉ ନିଜ ପାଇଁ ମାଳ ଗୁନ୍ଥି ନିଜେ ପିନ୍ଧେ।
ତା’ର ଶକ୍ତି ନିର୍ବଳତାର ର ଅକ୍ତିଆର ରୁ ଦୂର ରେ,
ତା’ର ଶାନ୍ତି ଝଡର ମଝିରେ ବଖରାଏ ଘର କରି ରୁହେ,
ସେ ମାୟାବିନୀ,
ଯାହାକୁ ବୁଝିବା ଚେଷ୍ଟା କଲେ,
ହାରିଯାଏ ମଣିଷ।
ଯାହାକୁ ବୁଝିବା ଚେଷ୍ଟା କଲେ,
ହାରିଯାଏ ମଣିଷ।
Comments
Post a Comment