ଚନ୍ଦ୍ରମଲ୍ଲୀ
ନିଜ ଜୀବନର ନାୟିକା,
ବିନା କାରଣ ରେ ହସିଦିଏ।
ନାୟକ ଆସି ହାତ ଧରେନି ,
ଚାହା କପେ ଯାଚେନି।
ପବନ ରେ ଚୁଟି ମାନେ ଉଡ଼ିଲେ,
କେହି ତାର ଫଟୋ ଉଠାନ୍ତିନି।
ଶାଢ଼ୀ ରେ ସେ ସୁନ୍ଦର ଦେଖା ଗଲେ ବି,
କେହି ତା ପାଇଁ କବିତା ଲେଖନ୍ତିନି।
ସେ ହସିଦିଏ,
ପ୍ରତିଦିନ ଚେଷ୍ଟା କରେ
ନିଜକୁ ଭଲପାଇବା ଶିଖିବାକୁ।
ଆଇନା ସାମ୍ନାରେ ହସେ,
ପଛେ ନିଜେ ନିଜକୁ ପଚାରେ
“କେବେ ନିଜ ହୃଦୟକୁ ମୁଁ ସତରେ ବୁଝିପାରିବି?”
ସେ ଜାଣେ,
ପ୍ରେମ କେବେ ସମ୍ପୂର୍ଣ୍ଣ ନୁହେଁ।
କେବେ ଛନ୍ଦ ପଡିନଥିବା କବିତା ଧାଡ଼ିଏ,
ତ କେବେ ଝାପସା ହେଇ ଆସୁଥିବା ଫିକା ନାଲି ରଙ୍ଗ।
ତଥାପି ଅପେକ୍ଷା କରେ ସେ,
ଯିଏ ତାର ନିରବତା ବୁଝିବ,
ଚାହା କପେ ଆଉ ସମୟ ନେଇ ଆସିଥିବ,
ଅଧା ଲେଖା କବିତା କୁ କବି ଯେମିତି ଭଲ ପାଏ,
ସେମିତି ଢଙ୍ଗ ରେ ତାକୁ ଭଲ ପାଇବ ।
ବିନା କାରଣ ରେ ହସିଦିଏ।
ନାୟକ ଆସି ହାତ ଧରେନି ,
ଚାହା କପେ ଯାଚେନି।
ପବନ ରେ ଚୁଟି ମାନେ ଉଡ଼ିଲେ,
କେହି ତାର ଫଟୋ ଉଠାନ୍ତିନି।
ଶାଢ଼ୀ ରେ ସେ ସୁନ୍ଦର ଦେଖା ଗଲେ ବି,
କେହି ତା ପାଇଁ କବିତା ଲେଖନ୍ତିନି।
ସେ ହସିଦିଏ,
ପ୍ରତିଦିନ ଚେଷ୍ଟା କରେ
ନିଜକୁ ଭଲପାଇବା ଶିଖିବାକୁ।
ଆଇନା ସାମ୍ନାରେ ହସେ,
ପଛେ ନିଜେ ନିଜକୁ ପଚାରେ
“କେବେ ନିଜ ହୃଦୟକୁ ମୁଁ ସତରେ ବୁଝିପାରିବି?”
ସେ ଜାଣେ,
ପ୍ରେମ କେବେ ସମ୍ପୂର୍ଣ୍ଣ ନୁହେଁ।
କେବେ ଛନ୍ଦ ପଡିନଥିବା କବିତା ଧାଡ଼ିଏ,
ତ କେବେ ଝାପସା ହେଇ ଆସୁଥିବା ଫିକା ନାଲି ରଙ୍ଗ।
ତଥାପି ଅପେକ୍ଷା କରେ ସେ,
ଯିଏ ତାର ନିରବତା ବୁଝିବ,
ଚାହା କପେ ଆଉ ସମୟ ନେଇ ଆସିଥିବ,
ଅଧା ଲେଖା କବିତା କୁ କବି ଯେମିତି ଭଲ ପାଏ,
ସେମିତି ଢଙ୍ଗ ରେ ତାକୁ ଭଲ ପାଇବ ।
Comments
Post a Comment