ଚନ୍ଦ୍ରମଲ୍ଲୀ

ନିଜ ଜୀବନର ନାୟିକା,
ବିନା କାରଣ ରେ ହସିଦିଏ।
ନାୟକ ଆସି ହାତ ଧରେନି ,
ଚାହା କପେ ଯାଚେନି।
ପବନ ରେ ଚୁଟି ମାନେ ଉଡ଼ିଲେ,
କେହି ତାର ଫଟୋ ଉଠାନ୍ତିନି।
ଶାଢ଼ୀ ରେ ସେ ସୁନ୍ଦର ଦେଖା ଗଲେ ବି,
କେହି ତା ପାଇଁ କବିତା ଲେଖନ୍ତିନି।
ସେ ହସିଦିଏ,
ପ୍ରତିଦିନ ଚେଷ୍ଟା କରେ
ନିଜକୁ ଭଲପାଇବା ଶିଖିବାକୁ।
ଆଇନା ସାମ୍ନାରେ ହସେ,
ପଛେ ନିଜେ ନିଜକୁ ପଚାରେ
“କେବେ ନିଜ ହୃଦୟକୁ ମୁଁ ସତରେ ବୁଝିପାରିବି?”
ସେ ଜାଣେ,
ପ୍ରେମ କେବେ ସମ୍ପୂର୍ଣ୍ଣ ନୁହେଁ।
କେବେ ଛନ୍ଦ ପଡିନଥିବା କବିତା ଧାଡ଼ିଏ,
ତ କେବେ ଝାପସା ହେଇ ଆସୁଥିବା ଫିକା ନାଲି ରଙ୍ଗ।
ତଥାପି ଅପେକ୍ଷା କରେ ସେ,
ଯିଏ ତାର ନିରବତା ବୁଝିବ,
ଚାହା କପେ ଆଉ ସମୟ ନେଇ ଆସିଥିବ,
ଅଧା ଲେଖା କବିତା କୁ କବି ଯେମିତି ଭଲ ପାଏ,
ସେମିତି ଢଙ୍ଗ ରେ ତାକୁ ଭଲ ପାଇବ ।

Comments

Popular posts from this blog

"How you treat your breakfast is how you treat your life."

India Budget 2025: Key Highlights, Impact, and Future Outlook

Who are the Indigenous or tribal people of India?